ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍, ସକାଳ ୯ଟା ପରେ ପତାକା ଉତ୍ତୋଳନ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାର ମଙ୍ଗଳବାର ଗାଇଡଲାଇନ୍ ଜାରି କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଚିଠି କରାଯାଇଛି। ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ। ସ୍ୱାଧୀନତା ଦିବସରେ ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବନି। କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସର୍ବାଧିକ ୫୦ରୁ ୭୫ ଜଣ ଅତିଥି ଭାଗ ନେଇପାରିବେ। ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ କୋଭିଡ ଯୋଦ୍ଧା ସାମିଲ ହେବେ। କୋଭିଡ ନିୟମକୁ ମାନି ସମସ୍ତ କାର୍ଯ୍ୟକୁ କରିବାକୁ ନିର୍ଦ୍ଦେଶ। ମାସ୍କ , ସାମାଜିକ ଦୂରତା ଭଳି ନିୟମ କଡ଼ାକଡ଼ି ପାଳନ ହେବ।

Comments are closed.