ଉପହାର ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0

ଯେଉଁଠି ଭଲ ପାଇବା ରହିଥାଏ ସେଠାରେ ଉପହାର ଆଦାନ-ପ୍ରଦାନ ମଧ୍ୟ ହୋଇଥାଏ। ଉପହାର ଦେବା ପାଇଁ କୌଣସି ନିଦ୍ଦିଷ୍ଟ ଦିନ ରହି ନଥାଏ। ଶାସ୍ତ୍ରରେ କୁହାଯାଇଛି ଯେ, ମିତ୍ର, ଗୁରୁ, ଓ ଝିଅଙ୍କ ଘରକୁ କେବେ ମଧ୍ୟ ଖାଲି ହାତରେ ଯିବା ଉଚିତ ନୁହେଁ। ସେମାନଙ୍କ ପାଇଁ ଯେକୌଣସି ଉପହାର ନେଇ ଯିବ ଉଚିତ। ଉପହାର ଯଦି ଦେଇ ପାରୁ ନାହାନ୍ତି ତେବେ ଗୋଟିଏ ତୁଳସୀ ପତ୍ର ମଧ୍ୟ ଯାଇ ପାରିବେ।
ମାତ୍ର ସଂସାରେରେ ଏମିତି କିଛି ଈର୍ଷାଳୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ କିଛି ଉପହାର ଦେବା ଦ୍ୱାରା ଘରେ ଦୁର୍ଭାଗ୍ୟ ପ୍ରବେଶ କରିଥାଏ। ତେଣୁ ଆପଣ ଯଦି ଉପହାର ଦେବା ପାଇଁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ କେଉଁ ଦ୍ରବ୍ୟ ଦେବା ଉଚିତ୍‍। କାରଣ ବେଳେବେଳେ ଭୁଲ ବଶତଃ ଆମେ କିଛି ଏମିତି ଉପହାର ଦେଇଥାଉ ଯାହା ଭଲ କରିବା ବଦଳରେ ଖରାପ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଉପହାର ସ୍ୱରୂପ ଦେବା ଆବଶ୍ୟକ..ଏହି ଉପହାର ଦିଅନ୍ତୁ ନାହିଁ:
ହିଂସ୍ର ଜୀବଜନ୍ତୁଙ୍କ ଫଟୋ କିମ୍ବା ମୂର୍ତ୍ତି ଦିଅନ୍ତୁ ନାହିଁ।
ବୁଡି ଯାଉଥିବା ଜାହାଜ ଫଟୋ କିମ୍ବା ମୂର୍ତ୍ତି ମଧ୍ୟ ଦିଅନ୍ତୁ ନାହିଁ।
ପରଫ୍ୟୁମ, କଳା ରଙ୍ଗର ପୋଷାକ, ଜୋତା, ରୁମାଲ, ଘଣ୍ଟା ଦିଅନ୍ତୁ ନାହିଁ।ଶନିବାର ଦିନ ମିତ୍ରମାନଙ୍କୁ ଉପହାର ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ।
ସାଙ୍ଗମାନଙ୍କୁ କେବେ ବି କଳା ରଙ୍ଗର ବସ୍ତୁ ଉପହାର ଭାବେ ଦିଅନ୍ତୁ ନାହିଁ କିମ୍ବା ସେମାନଙ୍କ ଠାରୁ ଗ୍ରହଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମିତ୍ରତାରେ ଫାଟ ସୃଷ୍ଟି ହୋଇଥାଏ।ଏହି ଉପହାର ଦେବା ଉଚିତ:
ଘରର ମହିଳାଙ୍କୁ ବସ୍ତ୍ର, ଗହଣା ଇତ୍ୟାଦି ଉପହାର ଦେଇ ପାରିବେ। ଏହାଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନୀ ହୋଇଥାଏ।
ଯେବେ ବି ଘରୁ ବାହାରକୁ ଯାଉଛନ୍ତି ଫେରିବା ସମୟରେ ବ୍ୟବହାର ଉପଯୋଗୀ ସାମଗ୍ରୀ ନେଇ ଆସନ୍ତୁ। ଖାଲି ହାତରେ ଘରକୁ ଆସନ୍ତୁ ନାହିଁ।
ଗୁରୁବାର ଦିନ ସଧବା ନାରୀମାନଙ୍କୁ ସିନ୍ଦୁର, ଚୁଡି ଇତ୍ୟାଦି ଦାନ କରିବା ଉଚିତ।

Leave A Reply