ଘୁଣ୍ଟିଝରୀ –ଖମୁଆଁ ରାସ୍ତା ବିପଦସଙ୍କୁଳ, ପିଚୁ ରାସ୍ତା ପାଇଁ ଦାବି

ପାଟଣା – ପାଟଣା ବ୍ଲକ ସରାସକୋଲା ପଂଚାୟତ ଖମୁଆଁ ଗ୍ରାମରୁ ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଂଚାୟତ ଘୁଣ୍ଟିଝରୀ ଗ୍ରାମକୁ ସଂଯୋଗ କରୁଥିବା ମାଟି ମୋରମ ରାସ୍ତାରେ ବର୍ଷାଦିନ ପରେ ବିପଦସଙ୍କୁଳ ହୋଇପଡିଛି  । ଜଙ୍ଗଲିଆ ରାସ୍ତା ସହ ବୁଲାଣିରେ ଘାଟି ଓ ନାଳ ପଡୁଥିବାରୁ ମାତ୍ର ତିନି କିଲୋମିଟର ପାଖାପାଖି ଏହି ରାସ୍ତା ପାଟଣା ଓ ଘଟଗାଁ ବ୍ଲକ ଅଂଚଳର ସାତ ଆଠଟି ପଂଚାୟତ ବାସୀଙ୍କ ନିତିଦିନିଆ ରାସ୍ତା ହୋଇଥିବାରୁ ଏହି ରାସ୍ତାଟିକୁ ସବୁଦିନିଆ ପିଚୁ ରାସ୍ତା କରାଯିବାକୁ ଦାବି ହୋଇଛି  । ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ,ଲୋକେ ସ୍କୁଲ, କଲେଜ, ଡାକ୍ତରଖାନା ଯିବା ଆସିବା କରିଥାନ୍ତି  । ମାଟି ମୋରମ ରାସ୍ତା ହୋଇଥିବାରୁ ଏହା ଅଧିକାଂଶ ସମୟରେ ଯାନବାହାନ ଚଳପ୍ରଚଳ ଓ ବର୍ଷାଦ୍ୱାରା ପ୍ରତିବର୍ଷ କ୍ଷତିଗ୍ରସ୍ତ ହୋଇ ଯାତାୟତ ରେ ବାଧକ ସାଜିଥାଏ  । ଘୁଣ୍ଟିଝରୀ ଠାରୁ ଖମୁଆ ମାତ୍ର ୩ କିଲୋମିଟର ରାସ୍ତାକୁ ପିଚୁ କରାଯିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦୃଢ ଦାବି ହୋଇଛି  ।

Comments are closed.