ରାତିରେ ପଡ଼ୁଛି ଢ଼େଲାପଥର; ଭୂତ ଭୟରେ ଗୁଣ୍ଡରାବାଡ଼ି ଛାଡ଼ି ପଳାଇଲେ ସାହିବାସିନ୍ଦା

ରଣପୁର: ରାତିରେ ଶୂନ୍ୟରୁ ପଡ଼ୁଛି ପଥର । ଢ଼ୋ ଢ଼ା କରି ପଥର ଘର ଅଗଣାରେ ପଡ଼ୁଛି । ପଥର ମାଡ଼ରେ ଆଜବେଷ୍ଟସ ଛାତ ଭାଙ୍ଗି ଯାଉଛି, ନଡ଼ା ଛପର ଘର କଣା ହୋଇ ଯାଉଛି । କବାଟ ଝରକାରୁ ଆସୁଛି କେଁ କାଁ ଶବ୍ଦ । ସଞ୍ଜ ନଇଁଲେ ଗାଁ ଲୋକ ଛାନିଆଁ । କେଇଦିନ ଆଉ ଡ଼ରିମରି ରହିବେ, ଶେଷରେ ଗାଁ ଛାଡ଼ି ପଳାଇଛନ୍ତି ନୟାଗଡ଼ ଜିଲା ରଣପୁର ନିକଟବର୍ତୀ ଗୁଣ୍ଡରାବାଡ଼ି ହରିଜନ ସାହି ବାସିନ୍ଦା ।

ସାହି ଲୋକଙ୍କ କହିବା କଥା ହେଲା ରାତି ହେଲେ ଡ଼ରି ମରି ରହିବାକୁ ପଡ଼ୁଛି । ଘରୁ ପଦାକୁ ବାହାରିବାକୁ ଡ଼ର ଲାଗୁଛି । ଗଲା ୭ ବର୍ଷ ଭିତରେ ୭ ଜଣ ରକ୍ତବାନ୍ତି କରି ମରିଛନ୍ତି । ଗଲା ମାସକ ଭିତରେ ଦୁଇ ମୁଣ୍ଡ ଗଲାଣି । ବାପା ପରେ ଚାଲିଗଲା ଭେଣ୍ଡିଆ ପୁଅ ପରପାରିକୁ । ସେଥିପାଇଁ ଗୁଣ୍ଡରାବାଡ଼ି ହରିଜନ ସାହି ବାସିନ୍ଦା ପଳାି ଆସିଛନ୍ତି ନିକଟସ୍ଥ ଦର୍ପନାରାୟଣପୁର ଅଞ୍ଚଳକୁ । ଗୁଣିଆକୁ ଡ଼ାକିଥିଲେ ଯେ, ସେ କହୁଛି  କେହି ଭୂତ ପେଷିଛି । ସେଥିପାଇଁ ଏମିତି ଘଟୁଛି । ହେଲେ ଏହାପଛରେ ଆଉ କି ରହସ୍ୟ ଅଛି ତାହା ଜଣାପଡ଼ିନାହିଁ ।

Comments are closed.