ଘିଚାମୁରା ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରେ ଗୁଳି ମାଡ ହୋଇଥିବା ଅଭିଯୋଗ

ରେଙ୍ଗାଲି – ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଘିଚାମୁରା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ଲଳିତ ସାହୁ ଙ୍କ ବେଉଁରା ସ୍ଥିତ ଘର ଉପରେ ଗତ ରାତି ୧ଟା ୩୦ମିନିଟ ସମୟରେ ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇ ଥିବାର ଜଣା ପଡିଛି।
ଗୁଳି ମାଡ ରେ କେହି ମୃତାହତ ହୋଇ ନ ଥିବା ବେଳେ ଘର କବାଟ ଛିଦ୍ର (କଣା) ହୋଇ ଯାଇଥିବାର ଦେଖିବାକୁ ମିଳିଛି। ଠେଲକୋଲୋଇ ପୁଳିସ ଘଟଣା ସ୍ଥଳ କୁ ପହଞ୍ଚି ତନାଘନା ଜାରି ରଖିଛି।

Comments are closed.