ଶୀତଦିନେ ଘିଅର ବ୍ୟବହାର

ଘିଅର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଏହିପରି ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଘିଅରେ ମିଳିଥାଏ ଯାହା ଶରୀରର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ହର୍ମୋନ୍ ସନ୍ତୁଳନ କରିବା ଏବଂ ଶାରୀରିକ ସମସ୍ୟା ଦୂର କରିବାରେ ଘିଅ ବେଶ ଉପକାରୀ ବୋଲି କୁହାଯାଏ।
ଏଥିରେ ଓମେଗା -୩ ,ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍-ଏ ରହିଛି। ଯାହା ଶରୀରର ସୌନ୍ଦର୍ଯ୍ୟ, କେଶର ଯତ୍ନ ସହିତ ହାଡ ଏବଂ ମାଂସପେଶୀକୁ ସୁସ୍ଥ ଏବଂ ଶକ୍ତିଶାଳୀ ବଜାୟ ରଖିବାରେ ସହାୟକ ହୋଇଥାଏ ।

ଘିଅର ନିୟମିତ ବ୍ୟବହାର ଅନେକ ଆଶ୍ଚର୍ୟ୍ୟଜନକ ସ୍ୱାସ୍ଥ୍ୟ ଉପକାର କରିଥାଏ, ଏହାକୁ ଆୟୁର୍ବେଦର ସବୁଠାରୁ ମୂଲ୍ୟବାନ ଖାଦ୍ୟ ଭାବରେ ମଧ୍ୟ ବିବେଚନା କରାଯାଏ। ସ୍ୱାସ୍ଥ୍ୟ ପାଇଁ ଘିଅ କିଭଳି ଉପକାରୀ ଜାଣନ୍ତୁ ….
ଅଧ୍ୟୟନରୁ ଜଣାପଡିଛି , ଘିଅ ହେଉଛି ଶକ୍ତିର ଏକ ଉତ୍ତମ ଉତ୍ସ । ଏଥିରେ ବିଭିନ୍ନ ପ୍ରକାରର ଫ୍ୟାଟି ଏସିଡ୍ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ଘିଅରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଘିଅର ନିୟମିତ ବ୍ୟବହାର ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଘିଅ ଭିଟାମିନ୍ ଇରେ ଭରପୂର ଅଟେ ଯାହା ଏହାକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ଦେଇଥାଏ । ଘିଅ ଚର୍ମ ସହିତ କେଶ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ ।
ଘିଅ କେବଳ ଖାଦ୍ୟ ପାଇଁ ନୁହେଁ ବରଂ ବରଂ ଏହାକୁ ଫେସ୍ ମାସ୍କ, ହେୟାର ମାସ୍କ ଭାବରେ ବ୍ୟବହାର କରାଯାଇ ଥାଏ। ଘିଅ ତ୍ୱଚାର ଚମକକୁ ବଢାଇଥାଏ।
ଆୟୁର୍ବେଦ ଅନୁଯାୟୀ, ଘିଅ ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ଚକ୍ଷୁ ସହ ଜଡିତ ଅନେକ ରୋଗରୁ ସୁରକ୍ଷା ଦେଇପାରେ। ତେଣୁ, ଖାଦ୍ୟରେ ଘିଅର ବ୍ୟବହାର ଉତ୍ତମ ଦୃଷ୍ଟିଶକ୍ତି ପାଇଁ ସାହାଯ୍ୟ କରିଥାଏ । ବୃଦ୍ଧାବସ୍ଥା ପର୍ୟ୍ୟନ୍ତ ଉତ୍ତମ ଦୃଷ୍ଟିଶକ୍ତି ବଜାୟ ରଖିବା ପାଇଁ ଘିଅ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ ।
ଆୟୁର୍ବେଦ ଅନୁଯାୟୀ, ଏକ ଗ୍ଲାସ କ୍ଷୀରରେ, ଏକ ଚାମଚ ଘିଅ ମିଶାଇ ନିୟମିତ ପିଇବା ଦ୍ୱାରା ଶାରୀରିକ, ମାନସିକ ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଯେଉଁମାନଙ୍କ ପାଚନ ତନ୍ତ୍ର ଦୁର୍ବଳ, ସେମାନେ ନିୟମିତ –ରାତିରେ କ୍ଷୀରରେ ଘିଅ ମିଶାଇ ପିଇବା ଉଚିତ। ଏହାସହ ଏହି ଉପାୟ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ସୃଷ୍ଟି ହୋଇଥାଏ। ଏହି ସମୟରେ ନିଶ୍ଚୟ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ। ଏହା ଖୁବ ଉପକାରୀ।

Comments are closed.