ଏଟିଏମ ମେସିନ ଭିତରେ ପଶିଲା ବିଷାକ୍ତ ସାପ, ଲୋକେ ଆତଙ୍କିତ

ଗାଜିଆବାଦ : ଗାଜିଆବାଦର ଗୋବିନ୍ଦପୁରମ୍ ଜେ ବ୍ଲକ୍ ରେ ଥିବା ଏକ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ମେସିନ ଭିତରେ ଏକ ବିଷାକ୍ତ ସାପ ପଶିଯାଇଥିଲା। ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏଟିଏମ ଭିତରରେ ବିଷାକ୍ତ ସାପ ପଶୁଥିବା ସମୟର ଫୁଟେଜ୍ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି।
ଏହା ଦେଖି ଲୋକେ ସହାଯ୍ୟ ପାଇଁ ସ୍ଥାନୀୟ ସାଂସଦଙ୍କୁ ଯୋଗାଯୋଗ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାଂସଦଙ୍କ କାର୍ଯ୍ୟାଳୟରୁ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା।
ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ ତୁରନ୍ତ ନିର୍ଦ୍ଦେଶକ୍ରମେ ଗୋବିନ୍ଦପୁରମକୁ ଏକ ଟିମ୍ ପଠାଯାଇଥିଲ। ବହୁ ପରିଶ୍ରମ ପରେ ଏଟିଏମ ଭିତରେ ପଶିଥିବା ସାପଟି ଧରାପଡିଥିଲା। ଏହି ଘଟଣାଟି ଦୁଇ ଦିନ ତଳର ବୋଲି ଜଣାପଡିଛି।