ଜିଲାପରିଷଦ ସଭ୍ୟ ଓ ସରପଞ୍ଚଙ୍କ ସ୍ୱାମୀ ଗିରଫ

0

ଘସିପୁରା : ଗତ ୨୦୧୬ ମସିହାରେ କୁଶେଇ ସେତୁ ବିବାଦକୁ ନେଇ ଘସିପୁରା ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଶୁକ୍ରବାର ପୁଲିସ ଜିଲା ପରିଷଦ ସଭ୍ୟ ବେଲବାହାଳି ଗ୍ରାମର ପ୍ରଭାକର ସାହୁଙ୍କୁ ଗିରଫ କରିଛି। ସେହିପରି ଗତ ସେପ୍ଟେମ୍ବର ୧୬ ତାରିଖରେ ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ମାମଲାରେ ବେଲବାହାଳି ସରପଞ୍ଚଙ୍କ ସ୍ୱାମୀ ଅରୁଣ ସାହୁଙ୍କୁ ମଧ୍ୟ ଘସିପୁରା ପୁଲିସ ଗିରଫ କରିଛି। ଉଭୟ ଥାନାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ସେଠାରେ ପୁଲିସ ତାଙ୍କୁ ପ୍ରଥମେ ଅଟକ ରଖିଥିଲା। ପରେ ପ୍ରଭାକରଙ୍କୁ କେସ୍‍ ନଂ ୨୬୮/୧୬ ଓ ଅରୁଣଙ୍କୁ କେସ ନଂ ୧୯୦/୧୮ରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Leave A Reply