ପତ୍ନୀକୁ କୁରାଢ଼ୀରେ ହାଣି ଆତ୍ମହତ୍ୟା କଲା ସ୍ଵାମୀ

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ ଠାରେ ପାରିବାରିକ କଳହକୁ କେନ୍ଦ୍ରକରି ପତ୍ନୀ ମୁଣ୍ଡକୁ କୁରାଢ଼ୀରେ ହାଣିବା ପରେ ସ୍ଵାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ସ୍ବାମୀର କୁରାଢୀ ଚୋଟରେ ସ୍ତ୍ରୀ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଛି। ସୂଚନା ମୁତାବକ, କୌଣସି କାରଣକୁ କେନ୍ଦ୍ରକରି ପୂର୍ବରୁ ପରିବାର ମଧ୍ୟରେ ପାଟିତୁଣ୍ଡ ଲାଗିଥିବା ବେଳେ ବିଳମ୍ବିତ ରାତିରେ ସ୍ବାମୀ ନବଘନ ସାହୁ ନିଜ ସ୍ତ୍ରୀ ମଞ୍ଜୁଲତାର ମୁଣ୍ଡକୁ ଏକ ଧାରୁଆ କୁରାଢୀରେ ହାଣି ଦେଇଥିଲା। ଘଟଣାରେ .ପରିବାର ଲୋକେ ପ୍ରଥମେ ମଞ୍ଜୁଲତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ପଠାଯାଇ ଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଥାନାରେ କୈଣସି ଅଭିଯୋଗ ହୋଇନାହିଁ । ହେଲେ ସ୍ତ୍ରୀ ଉପରେ ଏପରି ମରଣାନ୍ତକ ଆକ୍ରମଣ କାରଣରୁ ନବଘନ ନିଜର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Comments are closed.