ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

କେଶଦୁରାପାଳ : ପାରିବାରିକ କଳହରୁ ଘସିପୁରା ଥାନା ଶୈଲଙ୍ଗରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ରୁକ୍ମିଣୀ ଜେନା ଗୁରୁତର, ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୁଚନାରୁ ଜଣାପଡିଛି ଆନନ୍ଦପୁର ପୌର ପରିଷଦର ଶୈଲଙ୍ଗ ୧୬ୱାର୍ଡର ହରିଜନ ସାହିର ରୁକ୍ମିଣୀ ଜେନାଙ୍କୁ ତାଙ୍କର ସ୍ଵାମୀ ପରିବାରିକ କଳହକୁ ନେଇ ଏକ ଟାଙ୍ଗିଆ ରେ ମୁଣ୍ଡକୁ ହାଣି ଦେଇଥିଲା ଯାହା ଫଳରେ ସ୍ତ୍ରୀଙ୍କ ମୁଣ୍ଡରେ ଗୁରୁତର ଆହତ ହୋଇ ପଡିଥିଲେ। ଏହାପରେ ତାଙ୍କ ସ୍ବାମୀ ଗୁରୁତର ରୁକ୍ମିଣୀ ଜେନାଙ୍କୁ ମେଡିକାଲ ନେଉନଥିଲେ । ପଡୋଶୀ ଗୁରୁତର ରୁକ୍ମିଣୀଙ୍କୁ ମେଡିକାଲକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସ୍ବାମୀ ଡାକ୍ତରଖାନା କୁ ଆସିବା ପାଇଁ ସୁଯୋଗ ଦେଉ ନ ଥିଲେ। ଏହା ଜଣିବା ପରେ ଗାଁର ଯୁବକ ମାନେ ଗୁରୁତର ରୁକ୍ମିଣୀ ଜେନାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ମାମଲା ଦାୟର କରାଯାଇନଥିବା ଜଣାପଡିଛି। କିନ୍ତୁ ପୁଲିସ ଘଟଣା ସମ୍ପର୍କରେ ଜାଣିବାପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.