ସର୍ବଭାରତୀୟ ଇଂଞ୍ଜିନିୟରିଂ ସେବାରେ ସାଇଅନୁଭବ ଜିଲାରେ ପ୍ରଥମ

0

ଘସିପୁରା : ସର୍ବଭାରତୀୟ ଇଂଞ୍ଜିନିୟରିଂ ସେବାରେ ସାଇଅନୁଭବ ନାଥ ଜିଲାରେ ପ୍ରଥମ ହୋଇଥିବା ଜଣାପଡିଛି। ସୂଚନାମୁତାବକ, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ବାତୋ ପଞ୍ଚାୟତର ଅତାଗ୍ରାମର ସାଇଅନୁଭବ ସର୍ବଭାରତୀୟ ଇଂଞ୍ଜିନିୟରିଂ ସେବାରେ ସିଭିଲ ୬୬ରାଙ୍କ୍ ରଖି କୃତକାର୍ଯ୍ୟ ହୋଇଛନ୍ତି। ଅନୁଭବ କେନ୍ଦୁଝର ଜିଲାରେ ପ୍ରଥମ ଛାତ୍ର ଯିଏକି ଅନେକ ଦିନପରେ ଜିଲାର ଗୌରବକୁ ଫେରାଇ ଆଣିଛନ୍ତି। ଅନୁଭବଙ୍କ ବାପା ମନମୋହନ ନାଥ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ ହୋଇଥିବା ବେଳେ ମାତା ପଦ୍ମାବତୀ ମହାରଣା ଜଣେ ସୁଗୃହିଣୀ। ଅନୁଭବ ୨୦ା୩ା୧୯୯୪ ମସିହାରେ ରେ।ତା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ୧ମରୁ ୭ମ ପର୍ଯ୍ୟନ୍ତ ହରିଚନ୍ଦନପୁର ସରସ୍ୱତୀ ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିଲେ ପରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ କେନ୍ଦୁଝର ପୁଲିସ ହାଇସ୍କୁଲରେ ପାଠପଢିଥିଲେ। ପରେ ଯୁକ୍ତ-୨ ଧରଣୀଧର ମହାବିଦ୍ୟାଳୟରେ ପାଠପଢିଥିବା ବେଳେ ବିଟେକ୍‍ ରାଉଲକେଲା ନିଟରେ ପଢୁଥିଲେ। ବର୍ତ୍ତମାନ ଇଣ୍ଡିଆନ ଏୟାରପୋର୍ଟ ଅଥରଟୀ ଅଫ ଇଣ୍ଡିଆ ଭୁବନେଶ୍ୱରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କର୍ଯ୍ୟ କରୁଥିବା ବେଳେ ସର୍ବଭାରତୀୟ ଇଂଞ୍ଜିନିୟରିଂ ସେବା ପରିକ୍ଷା ଦେଇଥିଲେ ସେଥିରେ ସାଇଅନୁଭବ ନାଥ ଜିଲାରେ ପ୍ରଥମ ହୋଇଥିବା ବେଳେ ସର୍ବଭାରତୀୟ ଇଂଞ୍ଜିନିୟରିଂ ସେବାର ୬୬ତମ ସ୍ଥାନରଖି ଜିଲାରେ ପ୍ରଥମ ହୋଇିଛନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ପରିବାରବର୍ଗଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି।

Leave A Reply