ବୈତରଣୀ ନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଘସିପୁରା : କେଶଦୁରାପାଳ  ବାତୋ  ବୈତରଣୀ ନଦୀ ଘାଟରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ସୁଚନାରୁ ପ୍ରକାଶ,  ଘସିପୁରା ଥାନା  ଭଣ୍ଡାରିଡିହାର ନିଳମଣି ସାହୁ ନିଜ ଶ୍ୱଶୁର ଘର ଟୋଲଙ୍କପଡ଼ା ବିବାହ କାମରେ ଯୋଗ ଦେବାକୁ ଯାଇଥିଲେ । ଗତକାଲି ରାତି ୮ଟା ପାଖାପାଖି ନଦୀରେ ଶୌଚ ହେବାକୁ ଯାଇ ନିଖୋଜ ଥିଲେ। ଆଜି  ଘସିପୁରା ଥାନା ବାତୋ ବୈତରଣୀ ନଦୀଘାଟରୁ ଭଣ୍ଡାରିଡିହାର ନିଳମଣି ସାହୁଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ପୁଲିସ ମୃତଦେହକୁ ଜବତ କରିଥିବା ଜଣାପଡ଼ିଛି । ସମ୍ପର୍କୀୟଙ୍କ ଘରକୁ ଯାଇ, ନଦୀରେ ଶୌଚ ହେଉଥିବାବେଳେ ନିଳମଣି ସାହୁ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

Comments are closed.