ଅଜଣା ଗାଡି ଧକ୍କାରେ ଯୁବକ ମୃତ

0

ଘସିପୁରା : ଘସିପୁରା ଥାନା ଅନ୍ତର୍ଗତ ନାରଙ୍ଗପୁର ପୋଖରୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ସୁଚନାରୁ ଜଣାଯାଏ ହରିନ୍ଦନପୁର ଥାନା ଅନ୍ତର୍ଗତ ଖମାର ଗ୍ରାମରକାନ୍ଦୁରୁ ଜୁଆଙ୍ଗଙ୍କ ପୁତ୍ର ଧରମା ଜୁଆଙ୍ଗ(୨୨) ଘସିପୁରା ଥାନା।ନ୍ତର୍ଗତ ରେକୁଟିଆ ଗ୍ରାମରେ ଧାନ କାଟିବା ପାଇଁ ଆସିଥିବା ବେଳେ ମଙ୍ଗଳବାର ସକାଳ ୧୧ଟା ସମୟରେ ନାରଙ୍ଗପୁର ପୋଖରିଛକନିକଟରେ ଅଜଣାଗାଡି ଧକ୍‍ାଦେଇ ଚାଲିଯାଇଥିଲା ଫଳରେ ଧରମା ଘଟଣାସ୍ଥାଳରେ ଗୁରୁରତର ହୋଇଥିଲେ। ସ୍ଥାନୀୟ ଲୋକମାନେ ପ୍ରଥମେ କେଶଦୁରାପାଳ ଡାକ୍ତରଖାନାକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନାକୁ ପଠାଇଦେଇଥିଲା। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳରେ ରେ ଧରମାର ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା। ଘସିପୁରା ପୋଲିସ ଶବକୁ ଜବତ୍‍ କରିବା ସହିତ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇ ଥିବା ବେଳେ ପରିବାର ଲୋକ ପହଞ୍ଚି ନଥିବାରୁ ଶବବ୍ୟବଚ୍ଛେଦ କରିପାରିନଥିଲେ।

Leave A Reply