ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

0

ଘସିପୁରା : ଘସିପୁରା ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ତ୍ରୀଲୋଚନ ଜେନାଙ୍କ ପତ୍ନୀ ଝୁନୁରାଣୀ ବେହେରାଙ୍କୁ ହତ୍ୟାକରିଥିବା ପରିବାରପକ୍ଷରୁ ଅଭିଯୋଗ ପରେ ଘସିପୁରା ପୁଲିସ ତ୍ରୀଲୋଚନକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିବା ଜଣାପଡିଛି। ସୁଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ତ୍ରୀଲୋଚନ ଜେନା ୧୦ ବର୍ଷ ପୁର୍ବେ ଆନନ୍ଦପୁର ଥାନା ଅନ୍ତର୍ଗତ ଦୁଡୁଗାଁର ବୁଦ୍ଧଦେବ ବେହେରାଙ୍କ ଝିଅ ଝୁନୁରାଣୀ ବେହେରାଙ୍କୁ ବୈଦିକ ରିତିରେ ବିବାହ କରିଥିଲୋ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗିରହିଥିବା ବେଳେ ସୋମବାର ଦିନ ୧୨ଟା ସମୟରେ ଜ୍ୟାଇଁ ତ୍ରୀଲୋଚନ ଝୁନୁଦେହ ଖରାପଅଛି ସେ ଆନନ୍ଦପୁର ଡାକ୍ତରଖାନାରେ ଅଛି ବୋଲି ଖବର ଦେଇଥିଲେ। ଖବର ପାଇ ଝୁନୁର ପରିବାର ଲୋକମାନେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଝୁନୁର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲେ। ଏନେଇ ପରିବାର ଲୋକଙ୍କର ସନ୍ଦେହ ବଢିଯାଇଥିଲା। ଏସଂପର୍କରେ ସ୍ୱାମୀ ତ୍ରୀଲୋଚନକୁ ପଚାରିବାରୁ ସେକିଛି ଜାଣିନାହିଁ କହିଥିବା ବେଳେ ସେ ହାଟକୁ ଯାଇଥିଲେ। ପଡୋଶୀ ଲୋକ ତାଙ୍କୁ ଫୋନ କରିଥିବା ପ୍ରକାଶ କରିଛନ୍ତି। ସୋମବାର ପରିବାର ପକ୍ଷରୁ ଘସିପୁରା ଥାନାରେ ଝିଅ କୁ ହତ୍ୟା କରିଥିବା ନେଇ ଝିଅର ପିତା ବୁଦ୍ଧଦେବ ବେହେରାଙ୍କ ଅଭିଯୋଗକୁ ଭିତିକରି ପୁଲିସ ତ୍ରିଲୋଚନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶବବ୍ୟବଚ୍ଛେଦ କରିବା ପରେ ତ୍ରୀଲୋଚନ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି।

Leave A Reply