ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ଯୁବକର ମୃତ୍ୟୁ

0

ଘସିପୁରା : ନନ୍ଦିପଦା ଥାନା ଅନ୍ତର୍ଗତ ଛେନାପଦୀ ଗ୍ରାମରେ ବିଦ୍ୟୁତ୍‍ ସର୍ଟସର୍କିଟ ଯୋଗୁ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରଅନୁସାରେ ମୃତକ ବିପିନୀ ଜେନା(୨୭) ନିଜ ଘରେ ପାଣି ମଟର ଯୋଗେ ପାଣି ଉଠାଉଥିବା ବେଳେ ହଠାତ୍‍ ସର୍ଟସର୍କିଟ ଯୋଗୁ ବିଦ୍ୟୁତ୍‍ ଆଘାତ ହୋଇଥିଲା। ପରିବାରଲୋକ ବିପିନକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନକୁ ଆଣୁଥବା ବେଳେ ବାଟରେ ବିପିନୀଙ୍କର ମୃତ୍ୟୁ ହୋଇଥବା ଜଣାପଡିଛି। ପୁଲିସ ଶବକୁ ଜବତ କରିବାସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଚେଦ ପାଇଁ ଆଣିଥିବା ବେଳେ ସଂନ୍ଧ୍ୟା ହୋଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନଥିବା ଜଣାପଡିଛି।

Leave A Reply