ବନ୍ଧୁକ ଦେଖାଇ ଗାଡି ଲୁଟ୍‍ ; ଚାଳକ ଡାକ୍ତରଖାନାରେ ଭର୍ତ୍ତି

0

ଘସିପୁରା : ଘସିପୁରାରେ ବନ୍ଧୁକ ଦେଖାଇ ଏକ ଟ୍ରକକୁ ଲୁଟ କରିବା ସହିତ ଚାଳକକୁ ମରାନ୍ତକ ଆକ୍ରମଣ ଫଳରେ ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ଗାଡି ଚାଳକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ଥି ହୋଇଥିବା ଜଣାପଡିଛି। ସୂଚନାରୁ ଜଣାଯାଏ ଯେ ଢେଙ୍କା ଛକ ନିକଟରେ ଗତକାଲି ଠାରୁ ଭଦ୍ରକର ଏକ ଟ୍ରକ ଢେଙ୍କା ଅଂଚଳରୁ ମୋରମ ନେବାପାଇଁ ଆସି ଗତକାଲିଠାରୁ ଢେଙ୍କା ଛକ ନିକଟରେ ଅପେକ୍ଷା କରିଥିଲା। ସେହି ସମୟରେ କେତକ ଦୁର୍ବୁତ ଆସି ଗାଡି ଚାଳକକୁ ତେଲ ମାଗିବା ସହିତ ଗାଡି ବ୍ୟାଟେରୀକୁ ଖୋଲିନେଯିବା ପାଇଁ ଉଦ୍ୟମ କରିଥିଲେ ଏଥିରେ ଚାଳକ ଲକ୍ଷ୍ମୀଧର ବାରିକ ବିରୋଧ କରିବାରୁ ତାଙ୍କ ବେକରେ ବନ୍ଧୁକ ଲଗାଇ ଧମକ ଦେବା ସହିତ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲେ। ପରେ ଏକ ରଡରେ କାନ୍ଧକୁ ମାଡମାରିବା ସହିତ ଗାଡିକୁ ନେଇ ପଳାଇଥିଲେ। ହାଟଡିହି ଅଗ୍ନିଶମ ବାହିନୀ ଲକ୍ଷ୍ମୀଧରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତିକରିଥିଲେ। କୈଳାସ ସାହୁଙ୍କ ଏହି (ଗାଡି ନଂ ଓଡି ୦୫କେ ୯୨୬୬) ଲୁଟ ହୋଇଥିବା ଚାଳକ ଲକ୍ଷ୍ମୀଧର କହିଛନ୍ତି। ଏଥି ସହିତ ଏପରି କାଣ୍ଡ ମାଲିକ କରିଥିବା ନେଇ ସେ ସନ୍ଦେହ କରୁଥିବା କହିଛନ୍ତି। ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Leave A Reply