ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ

0

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କଇନିପୁରା ଗ୍ରାମରେ ଜ​‌ଣେ ବ୍ୟବସାୟୀଙ୍କ  ବାଇକ୍ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଖବରଅନୁସାରେ ବୁଧବାର ଅପରାହ୍ନରେ କଇନିପୁରା ଗ୍ରାମର ଶ୍ୟାମ ସୁନ୍ଦର ରାଇସ ମିଲର ମାଲିକ ମାଧବାନନ୍ଦ ସାହୁ ବ୍ୟଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଯାଇଥିଲେ। ବାଇକକୁ ବାହାରେ ରଖି ନିଜଘର ଭିତରକୁ ଯାଇଥିବା ସମୟରେ ହଠାତ ପଛରୁ ଅନୁସରଣ କରୁଥିବା ୨ଜଣ ଦୁର୍ବୃତ୍ତ ମାଧବାନନ୍ଦ ସାହୁଙ୍କ ଗାଡି ଡିକି ଭାଙ୍ଗି ସେଥିରେ ଥିବା ୧ଲକ୍ଷ ଟଙ୍କାକୁ ଲୁଟି ନେଇଥିଲେ। ଏହାଦେଖି ସ୍ଥାନୀୟ ଲୋକମାନେ ପାଟି କରିଥିବା ବେଳେ ଲୁଟିଆ ଆଖିପିଛୁଳାକେ ଉଭାନ ହୋଇଯାଇଥିଲେ । ଏନେଇ ମାଧବାନନ୍ଦ ସାହୁ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅନୁସଂନ୍ଧାନ ଜାରୀ ରଖିଥିବା ଜଣାପଡିଛି।

Leave A Reply