ମନ୍ଦିରରେ ଘଣ୍ଟି ବଜାଇବାର ଧାର୍ମିକ ଓ ବୈଜ୍ଞାନିକ କାରଣ

0

ମନ୍ଦିରରେ ପୂଜା ପାଇଁ ଗଲେ ଆମେ ପ୍ରଥମେ ଘଣ୍ଟି ବଜାଇଥାଉ। ମନ୍ଦିରରେ ଘଣ୍ଟି ବଜାଇବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି। ଘଣ୍ଟି ବଜାଇବା ଦ୍ବାରା ମନ୍ଦିର ପରିବେଶରେ କମ୍ପନ୍ନ ଉତ୍ପନ ଜାତ ହୋଇଥାଏ। ଏହି କମ୍ପନ୍ନ ଦ୍ବାରା ମନ୍ଦିରରେ ଜୀବାଣୁ, କୀଟାଣୁ ନଷ୍ଟ ହୋଇଥାଏ। ଏବଂ ମନ୍ଦିର ପରିବେଶ ଶୁଦ୍ଧ ରହିଥାଏ।
ଯେଉଁ ସ୍ଥାନରେ ମନ୍ଦିରର ଘଣ୍ଟି ଧ୍ବନୀ ଶଦ୍ଦ ନିୟମିତ ଶୁଭୁଥାଏ ସେହି ସ୍ଥାନ ସର୍ବଦା ଶୁଦ୍ଧ ଓ ପବିତ୍ର ରହିଥାଏ। ଏହାଦ୍ବାରା ନକରାତ୍ମକ ଶକ୍ତି ଦୂର ହେବା ସହ ଧନବର୍ଷା ହୋଇଥାଏ।ମନ୍ଦିରରେ ଘଣ୍ଟି ବଜାଇବାର କାରଣ:
କୁହାଯାଇଛି ଯେ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ବାରା ଦେବାଦେବୀଙ୍କ ମୂର୍ତ୍ତିରେ ଚେତନା ଜାଗୃତ ହୋଇଥାଏ। ଏହାପରେ ପୂଜା ଅଧିକ ଲାଭଦାୟକ ଓ ପ୍ରଭାବଶାଳୀ ହୋଇଥାଏ।
ଘଣ୍ଟିର ଧ୍ବନୀ ଦ୍ବାରା ମସ୍ତିଷ୍କରେ ଆଧ୍ୟାତ୍ମଭାବ ଜାତ ହୋଇଥାଏ। ସକାଳେ ଓ ସନ୍ଧ୍ୟା ସମୟରେ ପୂଜା ସମୟରେ ଏକ ବିଶେଷ ପ୍ରକାର ଘଣ୍ଟିର ବଜାଯାଇଥାଏ। ଏହାଦ୍ବାରା ସେହି ପରିବେଶଟି ଶାନ୍ତ ଓ ଶୁଦ୍ଧମୟ ରହିବା ସହ ଦୈବିକଙ୍କ ଉପସ୍ଥିତି ଥିବା ପରି ଲାଗିଥାଏ।

ମନ୍ଦିରରେ ଥିବା ବିଭିନ୍ନ ଘଣ୍ଟି:
ଗରୁଡ ଘଣ୍ଟି: ଏହା ସବୁଠାରୁ ଛୋଟ ଘଣ୍ଟି ଅଟେ। ଏହାକୁ ହାତରେ ବଜା ଯାଇଥାଏ।
ଦ୍ବାର ଘଣ୍ଟି: ଏହି ଘଣ୍ଟି ମଧ୍ୟମ ଧରଣର ଘଣ୍ଟି ଅଟେ। ଏହାକୁ ଦ୍ବାର ନିକଟରେ ଲଗାଯାଇଥାଏ।
ହାତ ଘଣ୍ଟି: ଏହି ଘଣ୍ଟି ହାତରେ ବଜାଯାଇଥାଏ। ସାଧାରଣତଃ ଏହା ପିତଳର ହୋଇଥାଏ। ଏହାକୁ ଏକ ବାଡି ସାହାର୍ୟ୍ୟରେ ବଜାଯାଏ।
ଘଣ୍ଟ: ଏହି ଘଣ୍ଟି ସବୁଠାରୁ ବଡ ଅଟେ। ଏହା ବଜାଇବା ବେଳେ ଅନେକ ଦୂର ପର୍ୟ୍ୟନ୍ତ ଏହାର ଶଦ୍ଦ ଶୁଣାଯାଇଥାଏ।

Leave A Reply