ଗଞ୍ଜେଇ କାରବାର ଅଭିଯୋଗରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗିରଫ

ଘଣ୍ଟାପଡା: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଭୋର୍ ପ୍ରାୟ ୪ଟା ସମୟରେ ମନମୁଁଣ୍ଡା- କଣ୍ଟାମାଳ ରାଜ୍ୟ ରାଜପଥ ନଂ ୪୧ର ସୁଲିଆ ଛକି ବସିଥିଲେ । ଏହି ସମୟରେ ଶୁଲିଆ ଛକ ନିକଟରେ କଣ୍ଟାମାଳ ପଟରୁ ଏକ ବୋଲେରୋ ପିକଅପ୍ ଓଡି ୧୫ଆର୍ ୪୨୫୧ ଯାଉଥିବା ସମୟରେ ଅବକାରୀ କର୍ମଚାରୀ ଗାଡ଼ିକୁ ଅଟକାଇ ଥିଲେ  ଚେକିଂ ସମୟରେ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବା ପରେ ଚାଳକଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇର ପରିମାଣ ୩୦୦କେଜି ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅଭିଯୁକ୍ତ ତିନି ଜଣଙ୍କ ମଧ୍ୟରୁ ଜଣେ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କହଁର(୩୮) ହୋଇଥିବା ବେଳେ ଅନ୍ୟଜଣେ ପ୍ରହଲ୍ଲାଦ ଦ୍ୱାରି (୪୨) ଓ ଗଜପତି ଜିଲ୍ଲାର ସତ୍ୟରଞ୍ଜନ ଛିଞ୍ଚାଇଁ (୨୩)ବୋଲି ଜଣାପଡିଛି । ଜିଲ୍ଲା ବିଜେପିର ଜଣେ ନେତା ଏଭଳି ଗଞ୍ଜେଇ ମାମଲାରେ ସଂପୃକ୍ତି ଥିବା ଘଟଣାକୁ ସାଧାରଣରେ ନାପସନ୍ଦ କରିବା ସହ ନିନ୍ଦା କରାଯାଇଛି ।  ଜିଲ୍ଲାରେ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ଏତେ ବିପୁଳ ପରିମାଣରେ ଗଞ୍ଜେଇ ଧରା ପଡ଼ିବା କେଉଁଠି ନା କେଉଁଠି ଅବକାରୀ ବିଭାଗ ପାଇଁ ଏକ ବଡ଼ ଧରଣର ସଫଳତା  କହିଲେ ଅତ୍ୟୁକ୍ତି ହେବ ନାହିଁ । ଅବକାରୀ ବିଭାଗର ସକ୍ରିୟତା ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏହି ଚଢାଉରେ ହେମକାନ୍ତ ସୁନା, ଅଞ୍ଜନ ଜେନା, ସୁରେନ୍ଦ୍ର ଡାକୁଆ , ପ୍ରିୟଜନ କହଁର , ଅସିତ୍ କୁମାର ପ୍ରଧାନ, ରେନୁପ୍ରୀୟା ରେଣୁପ୍ରିୟା ଭୋଇ, ସତ୍ୟାନନ୍ଦ ମୁଖୀ, ବିଜୟ କୁମାର ବାଘ୍ ପ୍ରମୁଖ ସାମିଲ ଥିଲେ  ।

Comments are closed.