ଘନଶ୍ୟାମ ଉପାଧ୍ୟାୟ ଭିଜିଲାନ୍ସ ଆଇଜି ନିଯୁକ୍ତ

ଭୁବନେଶ୍ଵର: ୧୯୯୯ ବ୍ୟାଚ୍‍ ଆଇପିଏସ୍‍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ରୂପେ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି  ୨୦୦୨ ବ୍ୟାଚ୍‍ ଆଇପିଏସ୍‍ ସତୀଶ କୁମାର ଗଜଭେୟଙ୍କୁ ଭୁବନେଶ୍ୱର ଟ୍ରାଫିକ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ରୂପେ ନିଯୁକ୍ତି ମିଳିଛି । ବରିଷ୍ଠ ଓପିଏସ୍‍ ଅଫିସର ମନୋଜ କୁମାର ମହନ୍ତଙ୍କୁ ଦେବଗଡ଼ ଏସପି  ଏବଂ ବିଜୟ କୁମାର ସାହୁଙ୍କୁ ପୁଲିସ କମାଣ୍ଡାଣ୍ଟ ଭାବରେ ନିଯୁକ୍ତି ଦିଆଯାଇଛି ।

Comments are closed.