ଘାନାରେ ଭୟଙ୍କର ବିସ୍ଫୋରଣ ; ୧୭ ମୃତ

ଘାନା : ଆଫ୍ରିକୀୟ ଦେଶ ଘାନାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଆଜି ଖବର ମିଳିଛି। ଏହି ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ଅଘଟଣରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୯ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ଏକ ଟ୍ରକ ସୁନାଖଣିକୁ ବିସ୍ଫୋଟକ ନେଇ ଯାଉଥିବା ସମୟରେ ଉକ୍ତ ଟ୍ରକ ସହ ଏକ ମୋଟରସାଇକେଲ ଧକ୍କା ହୋଇଥିଲା। ବାଇକଟି ଟ୍ରକ ତଳକୁ ପଳାଇ ଆସିିବାରୁ ବିସ୍ଫୋରଣ ଘଟିଥିଲା। ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ମାତ୍ର ଭିଡିଓଟି କେତେ ପରିମାଣରେ ସତ୍ୟତା ରହିଛି, ତାହାର ସ୍ପଷ୍ଟତା ମିଳିପାରି ନାହିଁ।

 

Comments are closed.