ତ୍ବଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣାନ୍ତୁ ଆୟୁର୍ବେଦର ଏହି ଉପାୟ

ସାଧାରଣତଃ ସୁନ୍ଦର ତ୍ବଚା ପାଇବା ପାଇଁ ଆମେ ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାଉ। ହେଲେ ଆମେ ଏ ବିଷୟରେ ଅଜଣା ଥାଆନ୍ତି ଯେ, କେବଳ ତ୍ବଚା ଉପରେ କ୍ରିମ୍, ପାଉଡ଼ର୍ ଆଦି ପ୍ରସାଧନ ସାମଗ୍ରୀର ବ୍ୟବହାର କଲେ ତ୍ବଚାର ସୌନ୍ଦର୍ୟ୍ୟ ବୃଦ୍ଧି ପାଇନଥାଏ। ଶାରୀରିକ ଓ ମାନସିକ ସ୍ଥିତି, ଖାଦ୍ୟ, ବୟସ ଏବଂ ପାରିପାର୍ଶ୍ବିକ ବାତାବରଣ ମଧ୍ୟ ଆମ ତ୍ବଚା ଉପରେ ବିଶେଷ ପ୍ରଭାବ ପକାଇଥାଏ। ତ୍ବଚାରେ ବୟସର ଛାପ ଏବଂ ଅନ୍ୟ ସମସ୍ୟା ଆଦି ଅଧିକାଂଶ ସମୟରେ ତ୍ବଚାକୁ ଖରାପ କରିଦେଇଥାଏ। ତେଣୁ ତ୍ବଚାର ଯତ୍ନ ଉଭୟ ଭିତରୁ ଏବଂ ବାହାର ପଟୁ ନେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା କିଛି ଉପାୟ ବିଷୟରେ, ଯାହାଦ୍ବାରା ଆମେ ଏକ ସୁନ୍ଦର ଓ ଚମକପ୍ରଦ ତ୍ବଚା ପାଇବା ସହିତ ଆମ ସୁନ୍ଦରତାକୁ ଅକ୍ଷୁର୍ଣ୍ଣ ରଖିପାରିବା।

–ଫଳ, ସବୁଜ ପନିପରିବା, ଅଧା ସିଝା ହୋଇଥିବା ଡାଲି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ । ଆୟୁର୍ବେଦ ଅନୁସାରେ ଖାଦ୍ୟରେ ବିଶେଷ ଭାବେ ଧନିଆ, ପୁଦିନା ଏବଂ ଭୃଷଙ୍ଗ ପତ୍ର ଆଦିକୁ ବ୍ୟବାହାର କରିବା ଉଚିତ। ଏହାଦ୍ବାରା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମିଳିଥାଏ। ଯାହା ତ୍ବଚାର ଚମକ ଫେରାଇ ଆଣିବାରେ ସାହାଯ୍ୟ କରିଥାଏ ।
–ହଳଦୀ, କ୍ଷୀର, ମହୁ, ହଦି, ଲେମ୍ବୁ ରସ, ପାଚିଲା କଦଳୀ ଆଦି ବ୍ୟବହାର କରିବା ପାଇଁ ଲାଭପ୍ରଦ ହୋଇଥାଏ। ଖାସକରି ଗୋଲାପ ଜଳ ତ୍ବଚାକୁ ସୁନ୍ଦର ଏବଂ କୋମଳ କରିବାରେ ସାହାଯ୍ୟ କରିଥାଏ।
–ସୁନ୍ଦର ତ୍ବଚା ପାଇଁ ସବୁଠାରୁ ଲାଭଦାୟକ ହେଉଛି ଲମ୍ବା ନିଶ୍ବାସ। ଅଳ୍ପ ନିଶ୍ବାସ ନେଇ ଲମ୍ବା ନିଶ୍ବାସ ଛାଡିବା ଦ୍ବାରା ଫୁସଫୁସରୁ କାର୍ବନ ଡାଇଅକ୍ସାଇଡ୍ ସଫା ହୋଇଥାଏ। ଯାହାଦ୍ବାରା ଆମେ ଅଧିକ ଅମ୍ଳଜାନ ନେଇ ପାରନ୍ତି। ଅଧିକ ଅମ୍ଳଜାନ ଦ୍ବାରା ତ୍ବଚାରେ ଚମକ ଆସିଥାଏ।
–ଆୟୁର୍ବେଦ ଅନୁସାରେ ତ୍ବଚାର ସୁନ୍ଦରତା ପାଇଁ ଯଥେଷ୍ଟ ପରିମାଣର ନିଦ ନିହାତି ଜରୁରୀ। ଡିଟକ୍ସିଫିକେସନ୍ ପ୍ରକ୍ରିୟା ନିଦ ସମୟରେ ସମ୍ପନ୍ନ ହୋଇଥାଏ । ନିୟମିତ ଯଥେଷ୍ଟ ପରିମାଣରେ ଶୋଇବା ଦ୍ବାରା ଶାରୀରିକ ଗତିବିଧି ବଢିଥାଏ। ଯାହା ଦ୍ବାରା ତ୍ବଚାକୁ ଫାଇଦା ମିଳିଥାଏ ।
–ନିୟମିତ ଯୋଗ କରିବା ଦ୍ବାରା ତ୍ବଚାରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ଏବଂ ତ୍ବଚାର ରଙ୍ଗରେ ଚମକ ଅସିଥାଏ। ଏହା ଲିମ୍ପେଟିକ୍ ସିଷ୍ଟମର ସକ୍ରିୟତା ବଢାଇ ଏହାର କାର୍ୟ୍ୟଧାରାକୁ ଶୀଘ୍ର କରାଇଥାଏ ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ସାହାଯ୍ୟ କରିଥାଏ।

Comments are closed.