କରୋନା ପ୍ରଭାବ : ଅର୍ଥନୀତି ଭୁଶୁଡ଼ିବା ଦେଖି ଆତ୍ମହତ୍ୟା କଲେ ଜର୍ମାନର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କରୋନା ମହାମାରୀରୁ ଆର୍ଥିକ ଅବନତିକୁ କିପରି ମୁକାବିଲା କରିବେ ସେ ନେଇ ଗଭୀର ଚିନ୍ତିତ ହେବା ପରେ ଆତ୍ମହତ୍ୟା କରିଥିବା ରାଜ୍ୟର ମୁଖ୍ୟ ଭୋଲକର ବଫିୟର ରବିବାର କହିଛନ୍ତି। ଶନିବାର ରେଳଧାରଣା ନିକଟରୁ ୫୪ବର୍ଷୀୟ ଶେଫରଙ୍କ ମୃତଦେହ ମିଳିଥିଲା। ୱିସ୍‌ବାଡେନ୍ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି ଯେ, ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି।
ସୂଚନା ମୁତାବକ, ସାରା ବିଶ୍ୱରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁ ଦେଶର ସରକାର ଲକଡ଼ାଉନ ଘୋଷଣା କରୁଥିବା ବେଳେ ଦେଶର ଅର୍ଥନୀତି ମଧ୍ୟ ଏହା ଦ୍ୱାରା ପ୍ରାଭାବିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଜର୍ମାନୀର ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କରୋନା ପ୍ରଭାବରେ ଆର୍ଥିକ ଅବନତିକୁ କିପରି ମୁକାବିଲା କରିବେ ସେ ନେଇ ଗଭୀର ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ଆଜି କରୋନା ଭୂତାଣୁ କବଳିତ ହୋଇ ବିଶ୍ବର ପ୍ରଥମ ରାଜବଂଶଜ ଭାବେ ମୃତ୍ୟୁମୁଖରେ ପଡ଼ିଥିଲେ ସ୍ପେନର ରାଣୀ। କରୋନା ସଂକ୍ରମିତ ସ୍ପେନର ରାଣୀ ୮୬ ବର୍ଷୀୟା ମାରିଆ ଟେରେସା ଚିକିତ୍ସାଧୀନ ଥିଲେ। ପ୍ୟାରିସରେ ତାଙ୍କର ପରଲୋକ ଘଟିଛି। ରାଜକୀୟ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ମାଦ୍ରିଦରେ ସଂପନ୍ନ ହୋଇଛି।

Comments
Loading...