ଓଡ଼ିଶାର ଉପଭୋକ୍ତାଙ୍କ ପାଇଁ ଜିଓଫାଇବର ସେଟ୍‍ଟପ୍‍ ବକ୍ସ ଆଣି ଦେଇଛି ରୋମାଞ୍ଚକର ଅନୁଭୂତି

ସେଟ୍‍ଟପ୍‍ ବକ୍ସ ଇକୋ ବ୍ୟବସ୍ଥାରେ ସାମିଲ ହେଲା ସ୍ମାର୍ଟ ଶିକ୍ଷା ପ୍ଲାଟଫର୍ମର ଟପ୍‍ସ୍କଲାର ଏବଂ ବହୁ ଓଟିଟି ଆପ୍‍

ଭୁବନେଶ୍ୱର : ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର ବ୍ରଡ୍‍ବ୍ୟାଣ୍ଡ୍‍ ସେବାକୁ ନେଇ ଜିଓ ଫାଇବର ସେଟ୍‍ଅପ୍‍ ବକ୍ସରେ କମ୍ପାନୀ ପକ୍ଷରୁ ବିଭିନ୍ନ ରେଞ୍ଜର ନୂତନ ଆପ୍‍ ସମୂହ ସାମିଲ କରାଯାଇଛି। ଏହାଦ୍ୱାରା ଉପଭୋକ୍ତାମାନେ ଅସୀମିତ ମନୋରଞ୍ଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ପ୍ଲାଟଫର୍ମକୁ ନେଇ ନୂତନ ସେବା ଅନୁଭୂତିର ସୁଯୋଗ ପାଇ ପାରିବେ।
ଜିଓଫାଇବର ଉପଭୋକ୍ତାମାନେ ଓଡ଼ିଶାର ବିଭିନ୍ନ ସହରରେ ନୂତନ ପିଢ଼ିର ହାଇସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବା ଉପଭୋଗ କରିବା ସହିତ ଓଟିଟି ଭିଡିଓ ଷ୍ଟ୍ରିମିଂ ଆପ୍‍ର ସମନ୍ୱିତ ବ୍ୟବସ୍ଥା ମାଧ୍ୟମରେ ଏବେ ଓଡ଼ିଆ ଟିଭି ନ୍ୟୁଜ ଏବଂ ବହୁ ମନୋରଞ୍ଜନ ଚ୍ୟାନେଲ ଉପଭୋଗ କରିବାର ମଜା ନେଉଛନ୍ତି। ଜିଓଫାଇବର ସେଟ୍‍ଅପ୍‍ ବକ୍ସରେ ଓଟିଟି ଆପ୍‍ ବ୍ୟବସ୍ଥାର ସମନ୍ୱୟ ଜରିଆରେ ଏବେ ଉପଭୋକ୍ତମାନେ ଜି ସାର୍ଥକ, ଡିଡି ଓଡ଼ିଆ, ଓଟିଭି, କନକ ନ୍ୟୁଜ, ପ୍ରମେୟ ନ୍ୟୁଜ ୭, କଳିଙ୍ଗ ଟିଭି, ନ୍ୟୁଜ୧୮ ଓଡ଼ିଆ, ଜି ଓଡ଼ିଆ, ଏମବିସିି ଏବଂ ଆହୁରି ଅନେକ ଟିଭି ଚ୍ୟାନେଲ ଉପଭୋଗ କରିବାର
ସୁଯୋଗ ପାଉଛନ୍ତି।
ଏକ ସ୍ମାର୍ଟ ଶିକ୍ଷା ଆପ୍‍ ଭାବେ ଟପ୍‍ ସ୍କଲାର ଏବେ ଜିଓଫାଇବର ସେଟ୍‍ଅପ୍‍ ବକ୍ସ ବ୍ୟବସ୍ଥାରେ ଉପଲବ୍ଧ କରାଯାଇଥିବାରୁ ଜିଓଫାଇବର ଉପଭୋକ୍ତାମାନେ ଏଆଇ(କୃତ୍ରିମ ବୁଦ୍ଧିମତା) ଆଧାରିତ ବ୍ୟକ୍ତିଗତ ଚାହିଦା ଅନୁଯାୟୀ ଶିକ୍ଷା ଅର୍ଜନ ଅଭିଜ୍ଞତା ହାସଲ କରିପାରିବେ। ସାମ୍ପ୍ରତିକ ପିିଢ଼ିକୁ ସ୍ୱାଧୀନ ଭାବେ ଏବଂ ସ୍ମାର୍ଟ ଉପାୟରେ ଶିକ୍ଷାଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବା ଏହି ଲକ୍ଷ୍ୟ ରହିଛି। ଉଚ୍ଚମାନର ଏବଂ ଆକର୍ଷଣୀୟ ଭିଡିଓ ବିଷୟବସ୍ତୁ ମାଧ୍ୟମରେ ଏହି ଆପ୍‍ ବ୍ୟାପକ ଶିକ୍ଷାଭିତ୍ତିକ ସେବା ଯୋଗାଇଥାଏ। ସେହିପରି ଛୋଟ ଛୋଟ ପିଲାମାନଙ୍କ ପାଇଁ କେଜି ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଏହା ରିଭିଜନ ନୋଟ୍‍ ଭଳି ମଧ୍ୟ କାର୍ଯ୍ୟ କରିବ।
ଜିଓଫାଇବର ଉପଭୋକ୍ତାମାନେ ସେମାନଙ୍କ ଚାହିଦା ଅନୁସାରେ ଅନ୍ୟାନ୍ୟ ପ୍ରିମିୟମ ଓଟିଟି ଆପ୍‍ ଯଥା ହଟ୍‍ ଷ୍ଟାର, ସୋନି ଲାଇଭ୍‍, ଜି୫, ଭୁତ୍‍, ସନନେକ୍ସଟ୍‍, ଅଲ୍ଟ ବାଲାଜି, ଜିଓ ସିନେମା, ଜିଓ ସାୱନ ଭଳି ଆପଗୁଡିକର ମଜା ନେଇପାରିବେ। ଯାହା ମଧ୍ୟରେ ଜାତୀୟ ଏବଂ ଆଞ୍ଚଳିକସ୍ତରର ୩୦୦ରୁ ଅଧିକ ଟିଭି ଚ୍ୟାନେଲ ମଧ୍ୟ ସାମିଲ ରହିଛି।

Image Source : theshiningindia.com

ଓଡ଼ିଶାରେ ଜିଓଫାଇବର ସେବା ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସହରରେ ବ୍ରଡବ୍ୟାଣ୍ଡ୍‍ ଉପଭୋକ୍ତାମାନଙ୍କ ଲାଗି ଏହା ଡିଜିଟାଲ ସେବା ବ୍ୟବସ୍ଥାର ଅପୂରନ୍ତ ଅଭିଜ୍ଞତା ଆଣି ଦେଇଛି। ୧୦୦ ଏମବିପିଏସ୍‍ ଠାରୁ ଆରମ୍ଭ କରି ୧ ଜିବିପିଏସ୍‍ ପର୍ଯ୍ୟନ୍ତ ହାଇସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ଉପଲବ୍ଧ କରାଇ ଏହା ହଜାର ହଜାର ଘରୋଇ ଉପଭୋକ୍ତା, କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପେଶାଦାରମାନଙ୍କୁ ଉତମ ସେବା ଓ ଅନ୍ୟାନ୍ୟ ଡିଜିଟାଲ ଅନୁଭୂତି ପ୍ରଦାନ କରୁଛି।
ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ସହରର ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡକରେ ଜିଓଫାଇବର ସେବା ଉପଲବ୍ଧ ହେଉଥିବା ବେଳେ ଏବେ ଏହା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବଲାଙ୍ଗୀର ସହରରେ ଉପଲବ୍ଧ ହେଉଛି। ଏଥି ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଦ୍ରୁତ ଗତିରେ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାବେଳେ ଜିଓ ବ୍ରଡ୍‍ ବ୍ୟାଣ୍ଡ୍‍ ଡିଜିଟାଲ ଲାଇଫ୍‍ ସହ ପ୍ରତିଦିନ ଶତାଧିକ ସଂଖ୍ୟାରେ ନୂତନ ଗ୍ରାହକ ଯୋଡ଼ି ହେଉଛନ୍ତି।
ଭୁବନେଶ୍ୱର ସହରର ପ୍ରମୁଖ ଅଞ୍ଚଳ ଭାବେ ନୟାପଲ୍ଲୀ, ଆଇଆରସି ଭିଲେଜ, ଜୟଦେବ ବିହାର, ମୈତ୍ରୀ ବିହାର, ନୀଳାଦ୍ରି ବିହାର, ୟୁନିଟ୍‍ ୬, ଖାରବେଳ ନଗର, ଜଗନ୍ନାଥ ବିହାର, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ, ଓୟୁଏଟି-ସୂର୍ଯ୍ୟନଗର, ଆମ୍ରି ହସ୍ପିଟାଲ ନିକଟସ୍ଥ ସତ୍ୟସାଇ ଏନକ୍ଲେଭ, ଡୁମୁଡୁମା, ୟୁନିଟ୍‍ ୯ ଏବଂ ସହିଦନଗର ଏବଂ କିଟ୍‍ ସନ୍ନିକଟ ଅଞ୍ଚଳରେ ଉପଲବ୍ଧ ହେଉଛି। ସେହିପରି କଟକ ସହରର ପ୍ରମୁଖ ଅଞ୍ଚଳ ଭାବେ ସିଡିଏ ସେକ୍ଟର ୬ ଏବଂ ସେକ୍ଟର ୯, ଯୋବ୍ରା, ନିମଚୌଡ଼ି, ଦରଘାବଜାର, ସେଲ୍ଟର କଲୋନୀ ଓ ବାଲିପାଟଣା ଆଦି ଅଞ୍ଚଳରେ ମଧ୍ୟ ଜିଓ ଫାଇବର ଉପଲବ୍ଧ ହେଉଛି।
ରାଉରକେଲା ସହରରେ ସିଭିଲ ଟାଉନସିପ୍‍, କୋଏଲ ନଗର, ଛେଣ୍ଡ୍‍, ଜଗଡ଼ା ଏବଂ ବାସନ୍ତୀ କଲୋନୀରେ ଜିଓ ଫାଇବର ସେବା ଉପଲବ୍ଧ ହେଉଥିବା ବେଳେ ସମ୍ବଲପୁର ସହରର ବୁଢ଼ାରାଜା ଏବଂ ଦାନିପାଲି ଅଞ୍ଚଳରେ ଉପଲବ୍ଧ ହେଉଛି। ସେହିଭଳି ବଲାଙ୍ଗୀର ସହରର ପ୍ୟାଲେସ ଲେନରେ ଏହି ସେବା ଉପଲବ୍ଧ ହେଉଛି।
୨୦୧୯ ସେପ୍ଟେମ୍ବର ୫ ତାରିଖରେ ଜିଓ ଫାଇବର ସେବା ଆରମ୍ଭ ନେଇ ଘୋଷଣା କରାଯାଇଥିଲା ବେଳେ ଏଥିରେ ୧୦୦ ଏମ୍‍ବିପିଏସ୍‍ର ସର୍ବନିମ୍ନ ବ୍ରଡବ୍ୟାଣ୍ଡ୍‍ ସ୍ପିଡ୍‍ ସହିତ ଲ୍ୟାଣ୍ଡଲାଇନ୍‍ ସଂଯୋଗ ଏବଂ ଅସୀମିତ ଭଏସ କଲ ଓ ଗେମ୍‍ସ, ଓଟିଟି ପ୍ଲାଟଫର୍ମ ଭଳି ପ୍ରିମିୟମ ସେବା ଉପଲବ୍ଧ କରାଯାଇଥିଲା। ଜିଓଫାଇବର ପକ୍ଷରୁ ୱେଲକମ୍‍ ଅଫର ଭାବେ ମାଗଣାରେ ହୋମ୍‍ ଗେଟୱେ, ଜିଓ ୪କେ ସେଟ୍‍ ଟପ୍‍ ବକ୍ସ ସହିତ ଏହାର ଫିକ୍ସଡ୍‍ ଲାଇନ୍‍ ସର୍ଭିସରେ ଅସୀମିତ ଭଏସ୍‍ ସେବା ଯୋଗାଇ ଦିଆଯାଉଛି।

Comments are closed.