ଡୋନଟ୍ ଖାଇ ବିଶ୍ବରେକର୍ଡ

ଖାଦ୍ୟ ଖାଇବାରେ ରୁଚି ବା କାହାର ନ ଥାଏ? ବ୍ରିଟେନ୍‌ ନିବାସୀ ମହିଳା ଲି ଶଟ୍‌କିବର କିନ୍ତୁ ଖାଦ୍ୟ ଖାଇବା ସହ ଏଥିରେ ରେକର୍ଡ କରିବାରେ ରୁଚି ରଖନ୍ତି। ନିକଟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍‌ର ଟ୍ବିଟର ଆକାଉଣ୍ଟରେ ତାଙ୍କ ସଫଳତାର ତଥ୍ୟ ପ୍ରକାଶ ପାଇଛି। ପୂର୍ବରୁ ୭ଥର ଗିନିଜ୍ ବୁକ୍‌ରେ ସ୍ଥାନ ପାଇଥିବା ଲି’ କହିଛନ୍ତି ତାଙ୍କର ସବୁଠୁ ପ୍ରିୟ କାମ ହେଲା ମନ ଭରି ଖାଇବା ଓ ରେକର୍ଡ ସ୍ଥାପନ କରିବା। ପାଶ୍ଚାତ୍ୟ ଦେଶରେ ଡୋନଟ୍‌ ଜଳଖିଆ ଭାବେ ଖିଆଯାଉଥିବାବେଳେ ପିଲାଙ୍କର ଏହା ଅଧିକ ପସନ୍ଦ। ୩ ମିନିଟ୍‌ରେ ​‌େ​‌ସ ୧୦ଟି ଡୋନଟ୍ ଖାଇ ରେକର୍ଡ କରିଛନ୍ତି। ବିଶେଷଜ୍ଞ ଦଳଙ୍କ ମତରେ ଏହା ଆଦୌ ସହଜ କାମ ନୁହେଁ; କାରଣ ମିଠା ଭରପୂର ଡୋନଟ୍ ଅତିବେଶୀରେ ୨ଟି ଖାଇବା ପରେ ଜଣେ ବ୍ୟକ୍ତି ଅଧିକ ଖାଇବାକୁ ଆଗ୍ରହ ପ୍ରକାଶ କରିନଥାଏ। ମାତ୍ର ୩ ମିନିଟ୍‌ରେ ଲି’ ୧୦ଟି ଖାଇବା ସହ ଗିନିଜ୍ ଦଳର ପ୍ରମୁଖ ସର୍ତ୍ତ ମାନିଥିଲେ। ଗିନିଜ୍‌ ବୁକ୍‌ର ମୁଖ୍ୟ ନିୟମ ହେଉଛି ରେକର୍ଡ ସ୍ଥାପନ ପାଇଁ ଖାଦ୍ୟ ଖାଇବା ସମୟରେ ଜିଭ କିମ୍ବା ଓଠକୁ ଚାଟିପାରିବେନାହିଁ। ଏହି କଥାକୁ ମନେ ନରଖିଲେ ଆପଣଙ୍କୁ ପ୍ରତିଯୋଗିତାରୁ ବାଦ୍ ଦିଆଯିବ। ଲି’ ଏସବୁକୁ ମନେରଖିବା ସହ ସଫଳତାର ସହ ୧୦ ମିନିଟ୍‌ରେ କାମ ସମ୍ପାଦନ କରିଥିଲେ। ଗତ ବର୍ଷ ସେ ୧ ମିନିଟ୍‌ରେ ୧୦ଟି ଟମାଟୋ ଖାଇ ରେକର୍ଡ ସ୍ଥାପନ କରିଥିଲେ। ତାଙ୍କ ଧୈର୍ଯ୍ୟ ହିଁ ସଫଳତାର ରହସ୍ୟ ବୋଲି ଲି’ କହିଛନ୍ତି।

Comments are closed.