ସାଧାରଣ ଭବିଷ୍ୟ ପାଣ୍ଠି ସୁଧହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସ ଲାଗି କେନ୍ଦ୍ର ସରକାର ସାଧାରଣ ଭବିଷ୍ୟ ପାଣ୍ଠି ଓ ଅଂଶଗ୍ରାହୀ ଭବିଷ୍ୟ ପାଣ୍ଠିପାଇଁ ସୁଧହାର ଶତକଡ଼ା ୮ ପ୍ରତିଶତ ଅପରିବର୍ତ୍ତିତ ରଖିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଜାନୁୟାରୀରୁ ମାର୍ଚ୍ଚ ମାସପାଇଁ ମଧ୍ୟ ଏହା ଶତକଡ଼ା ୮ ପ୍ରତିଶତ ଥିଲା। ଏପ୍ରିଲ୍‍ରୁ ଜୁନ୍‍ ମାସପାଇଁ ଜି.ପି.ଏଫ୍‍. ସୁଧହାର ସେହି ଶତକଡ଼ା ୮ ଭାଗ ରଖାଯାଇଛି। ଅର୍ଥନୈତିକ ବ୍ୟାପାର ବିଭାଗରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଏହି ସୁଧହାର କେନ୍ଦ୍ର ସରକାରୀ କର୍ମଚାରୀ, ରେଳବାଇ ଓ ପ୍ରତିରକ୍ଷା ବାହିନୀ କର୍ମଚାରୀମାନଙ୍କ ଭବିଷ୍ୟ ପାଣ୍ଠିପାଇଁ ଲାଗୁ ହେବ।

Comments are closed.