ଦେଶର ଅଖଣ୍ଡତା, ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ

0

ନୂଆଦିଲ୍ଲୀ : ସୀମା ସୁରକ୍ଷାକୁ ନେଇ ଦେଶ ଏବେ ଜଟିଳ ଆହ୍ବାନର ସମ୍ମୁଖୀନ ହେବାରେ ଲାଗିଛି। ଏହା ଦେଶର ଅଖଣ୍ଡତା ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରିବାରେ ଲାଗିଛି ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି। ସେନା କର୍ମଚାରୀଙ୍କୁ ନୂଆବର୍ଷର ବାର୍ତ୍ତା ଦେବା ଅବସରରେ ଜେନେରାଲ ରାୱତ କହିଛନ୍ତି ଯେ ସୀମା ସୁରକ୍ଷା ଓ ଆତଙ୍କବାଦୀଙ୍କୁ ମୁକାବିଲା କରିବାରେ ଆମର ସୈନିକମାନେ ଅସୀମ ସାହସ ଓ ତ୍ୟାଗ ଦେଖାଇଆସୁଛନ୍ତି। ଆମର ପ୍ରଥମ ଲକ୍ଷ୍ୟ ହେଉଛି ଦେଶର ଅଖଣ୍ଡତାକୁ ବଜାୟ ରଖିବା। ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାକୁ ସେନା କଠୋର ଆହ୍ବାନର ସମ୍ମୁଖୀନ ହେଉଛି। ସେହିପରି ଡୋକଲାମ ବିବାଦ ପରେ ଚୀନ ସୀମା ଉପରେ ସେନା ତୀକ୍ଷ୍ଣ ନଜର ରଖିଆସୁଛି। ଦେଶର ଏହି ସୁରକ୍ଷା ଆହ୍ବାନକୁ ୧୨ଲକ୍ଷ ସୈନିକ ଦୃଢ ମନୋବଳ ସହ କାମ କରିଆସୁଛନ୍ତି ବୋଲି ସେନାମୁଖ୍ୟ କହିଛନ୍ତି।

Leave A Reply