ଏଲଓସିରେ କେତେବେଳେ ମଧ୍ୟ ବିଗିଡ଼ିପାରେ ପରିସ୍ଥିତି : ସେନା ମୁଖ୍ୟ ବିପିନ ରାୱତ

ନୂଆଦିଲ୍ଲୀ : ଭାରତର ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପଟୁ ଲଗାତାର ଭାବେ ଗୁଳିଗୁଳା ବର୍ଷା ହେଉଛି। ଏହିଭିଳ ପରିସ୍ଥିତିରେ ଏଲଓସିରେ କେତେବେଳେ ମଧ୍ୟ ପରିସ୍ଥିତି ବିଗିଡି ଯିବାରା ସମ୍ଭାବନା ରହିଛି। ତେଣୁ ଏଥିପାଇଁ ସତର୍କ ରହିବା ପାଇଁ ଭାରତୀୟ ସେନାକୁ ପରାମର୍ଶ ଦେଇଛନ୍ତି ସେନା ମୁଖ୍ୟ ବିପିନ ରାୱତ। ସେ କହିଛନ୍ତି, ବର୍ତ୍ତମାନ ଏଲଓସିରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି କେତେବେଳେ କଣ ହେବ ତାହା କୁହି ହେବନାହିଁ ତେଣୁ ଆମକୁ ସତର୍କ ରହିବା ଉଚିତ ହେବ।

ଏଭଳି ପରିସ୍ଥିତିରେ ସେନା ମୁଖ୍ୟଙ୍କର ଏହି ବୟାନ ଆସିଛି ଯେତେବେଳେ ପାକିସ୍ତାନ ଦ୍ବାରା ଜାମ୍ମୁକାଶ୍ମୀର ଏଲଓସିରେ ଲଗାତାର ଗୁଳିଗୁଳା ବର୍ଷଣ ହେଉଛି। ଜାମ୍ମୁକାଶ୍ମୀରରୁ ୩୭୦ଧାରା ଉଛେଦ ପରଠାରୁ ପାକିସ୍ତାନ ଲଗାତାର ଭାବେ ଏଭଳି କରୁଛି।

Comments are closed.