ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି

ଆଜି ସ୍ବଦେଶୀ ନିର୍ମିତ ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନୌସେନାରେ ସାମିଲ ହେବ। ସେନା ମୁଖ୍ୟ ଜେନେରାଲ ଏମ. ନରୱଣେ ବିଶାଖାପାଟଣାର ନୌସେନା ଡ଼କୟାର୍ଡ଼ରେ ଏହି ଯୁଦ୍ଧପୋତକୁ କମିଶନ କରିବେ। ପ୍ରୋଜେକ୍ଟ ୨୮ ଅନ୍ତର୍ଗତ କାମୋର୍ଟ ଶ୍ରେଣୀର ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳ ବ୍ୟବହାର କରି ନିର୍ମାଣ କରାଯାଇଛି। ଭାରତୀୟ ନୌସେନାର ନିଜସ୍ୱ ପ୍ରତିଷ୍ଠାନ, ନୌସେନା ଡିଜାଇନ୍ ନିର୍ଦ୍ଦେଶାଳୟ ଏବଂ କୋଲକାତା ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ଏହି ବୁଡ଼ାଜାହାଜ ବିଧ୍ୱଂସି ଯୁଦ୍ଧପୋତ ଆଇଏନଏସ କବରତ୍ତି ନିର୍ମିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ’ର ଜାତୀୟ ଉଦ୍ଦେଶ୍ୟକୁ ଏହା ଦୃଢ ଓ ପ୍ରକୃତ ଅର୍ଥରେ ପ୍ରମାଣିତ କରୁଥିବା ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି। ଏହି ଜାହାଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସ୍ୱଦେଶୀ ସାମଗ୍ରୀ ରହିଛି ଏବଂ କାର୍ବନ କମ୍ପୋଜିଟ୍ ବ୍ୟବହାର କରାଯାଇଛି। ଜାହାଜର ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସୁଟ୍ ମୁଖ୍ୟତ ପାରମ୍ପରିକ ଅଟେ ଯାହା ଦେଶର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ଦର୍ଶାଉଛି ବୋଲି ଅଧିକାରୀ କହିଛନ୍ତି। ଏଥିରେ ବ୍ୟବହୃତ ସେନସର ସୁଟ୍ ଜଳରାଶି ମଧ୍ୟରେ ଅନ୍ୟ ଯୁଦ୍ଧପୋତକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ ସକ୍ଷମ।

Comments are closed.