ଅଭିନେତ୍ରୀ ଗେହେନା ବଶିଷ୍ଟ ଗିରଫ

ମୁମ୍ୱଇ : ମୁମ୍ବଇ ପୁଲିସ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହାନା ବଶିଷ୍ଟଙ୍କୁ ଗିରଫ କରିଛି। ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟିଂ କରି ଅପଲୋଡ୍ କରିବା ଓ ଅନ୍ୟ ମହିଳାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୁଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି। ୮୦ ଟି ବିଜ୍ଞାପନ, ୭ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ ଏଭଳି କାମ ଦେଶର କଳାକାରଙ୍କୁ ଅପମାନିତ କରିଛି। ତାଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଉପରେ ବି ପୁଲିସ ଚଢଉ ଆରମ୍ଭ କରିଛି। ଗେହେନା କେବଳ ଅଶ୍ଳୀଳ ଭିଡିଓ ସୁଟିଂ କରୁ ନଥିଲେ ସେ ଏକ ପର୍ଣ୍ଣ ରାକେଟ୍ ମଧ୍ୟ ଚଳାଉଥିବା ପୁଲିସ କହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ମଡ ଦ୍ୱୀପରେ ଥିବା କିଛି କୋଠାକୁ ଫିଲ୍ମ ସୁଟିଂ ନାମରେ ଅଶ୍ଳୀଳ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ହେଉଥିଲା। ଏ ନେଇ ପୁଲିସ ଫେବୃଆରୀ ୫ରେ ମଡ ଦ୍ୱୀପରେ ଚଢ଼ଉ କରିବା ପରେ ଗେହେନା ଅଶ୍ଳୀଳ ଭିଡିଓ ସୁଟିଂ କରାଉଥିବା ଜଣାପଡ଼ିଥିଲା। ଚଢ଼ଉ ସମୟରେ ପୁଲିସ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ଗେହେନାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା। ପୁଲିସର ସୂଚନା ମୁତାବକ, ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ଅଶ୍ଳୀଳ ଫିଲ୍ମ ସୁଟିଂ କରୁଥିଲେ। ଗେହେନା ହେଉଛନ୍ତି ଛତିଶଗଡ଼ର ମୂଳବାସିନ୍ଦା। ତାଙ୍କର ପ୍ରକୃତ ନାମ ବନ୍ଦନା ତିୱାରୀ। ସେ ତାଙ୍କ ନାମ ବଦଳାଇ ଗେହେନା ବଶିଷ୍ଟ ରଖିଥିଲେ।

Comments are closed.