ଅର୍ଥ ବ୍ୟବସ୍ଥାକୁ ଝଟକା : ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥାକୁ ପୁଣି ଜୋରଦାର ଝଟକା ଲାଗିଛି । ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ହ୍ରାସ ପାଇଛି।  ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ଶୁକ୍ରବାର ଏହି ପରିସଂଖ୍ୟାନ ଜାରି କରାଯାଇଛି। ପ୍ରଥମ ତୈମାସରେ ଏହା ୫ ପ୍ରତିଶତ ଥିବା ବେଳେ ଏବେ ଏହା ହ୍ରାସ ପାଇ ୪.୫ ପ୍ରତିଶତ ରହିଛି।
ଗୁରୁବାର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଆସିଯାଇପାରେ। ବିଶ୍ୱରେ ମାନ୍ଦା ଅବସ୍ଥା ଭାରତର ରପ୍ତାନୀ ଉପରେ ବହୁତ ପ୍ରଭାବ ପକାଇଛି ବୋଲି ସର୍ଭେରେ କୁହାଯାଇଛି । ଫଳରେ ବିଗତ ୨୬ ତ୍ରୈମାସ ମଧ୍ୟରେ ଭାରତର ବିକାଶ ଦର ସବୁଠାରୁ ନିମ୍ନକୁ ହ୍ରାସ ପାଇ ଦୁର୍ବଳ ହୋଇପଡିଛି।

୨୦୧୮ର ଏହି ତ୍ରୈମାସରେ​ ବିକାଶ ଦର ୭ ପ୍ରତିଶତ ଥିଲା।

Comments are closed.