ଜିଡିପି ଅଭିବୃଦ୍ଧି ହାର ୬.୬%କୁ ଖସିଲା

0

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬%କୁ ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮.୨% ଥିଲା ବେଳେ ଦ୍ୱିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୭.୧% ଥିଲା। ଘରୋଇ ଏବଂ ବିଦେଶ ବଜାରରେ ଭାରତୀୟ ଉତ୍ପାଦର ଚାହିଦା ହ୍ରାସ ପାଇଥିବାରୁ ଭାରତର ଅଭିବୃଦ୍ଧି ହାର ୭%ରୁ ତଳକୁ ଖସିଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହାସତ୍ତ୍ବେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ହାର ଚୀନ ଅର୍ଥନୀତି ଅଭିବୃଦ୍ଧି ହାରଠାରୁ ଆଗରେ ରହିଛି। ତୃତୀୟ ତ୍ରୈମାସରେ ଚୀନର ଜିଡିପି ଅଭିବୃଦ୍ଧି ହାର ୬.୪% ରହିଛି। ତେବେ ବିନିର୍ମାଣ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଉତ୍କୃଷ୍ଟ ରହିଛି।

Leave A Reply