କରୋନା ଯୋଗୁଁ  ଶୂନ ପ୍ରତିଶତକୁ ଖସିବ ଭାରତର ଅଭିବୃଦ୍ଧି: ମୁଡ଼ିସ

ମୁମ୍ବଇ:  ସଂକ୍ରମଣ ମାମଲା ଏବେ ବାଣିଜ୍ୟିକ ରାଜଧାନୀ ମୁମ୍ବଇ ଏବଂ ରାଜଧାନୀ ଦିଲ୍ଲୀ ସମେତ ଦେଶର ୭ ଜନବହୁଳ ରାଜ୍ୟ​‌ରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଆର୍ଥିକବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି ) ଅଭିବୃଦ୍ଧି ଶୂନ୍ୟ ପ୍ରତିଶତକୁ ଖସିଆସିବ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ​ଆକଳନ କରାଯାଇଛି । ‌ତେବେ ୨୦୨୧-୨୨ରେ ଅଭିବୃଦ୍ଧି ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବ ବୋଲି ପୂର୍ବାନୁମାନ କରିଛି ମୁଡ଼ିସ୍ ।

୨୦୨୦-୨୧ ଆର୍ଥିକବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୦.୮ ପ୍ରତିଶତ ରହିବା ​ନେଇ ପୂର୍ବରୁ ଫିଚ୍‌ ଆକଳନ କରିଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ୧.୯%, ବିଶ୍ବ ବ୍ୟାଙ୍କ ୧.୫ରୁ ୨.୮% ଏବଂ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ୪% ରହିବା ନେଇ ପୂର୍ବାନୁମାନ କରିଥିଲା । ତେବେ ମୁଡିସ୍‌ ଆଜି କରିଥିବା ଆକଳନ ଏସବୁଠାରୁ ଢେର କମ୍‌ ରହିଛି । ଶେଷଥର ପାଇଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୧୯୭୯-୮୦ରେ ବିଯୁକ୍ତ ୫.୨% ରହିଥିଲା । ଏହାପୂର୍ବରୁ ଭାରତୀୟ ଅର୍ଥନୀତିରେ ଜିଡିପି ଅଭିବୃଦ୍ଧି ବିଯୁକ୍ତାତ୍ମକ ରହିଥିଲା । ପୂର୍ବରୁ ଜିଡିପି ଅଭିବୃଦ୍ଧି ୧୯୫୭-୫୮ରେ ବିଯୁକ୍ତ ୦.୪%, ୧୯୬୫-୬୬ରେ ବିଯୁକ୍ତ ୨.୬%, ୧୯୬୬-୬୭ରେ ବିଯୁକ୍ତ ୦.୧% ଏବଂ ୧୯୭୨-୭୩ରେ ଏହା ବିଯୁକ୍ତ ୦.୬% ରହିଥିଲା । ଯଦି ଭାରତର ଜିଡିପି ଅଭିବୃଦ୍ଧି ହାରରେ ଆଗକୁ ସେଭଳି ଆଖିଦୃଶିଆ ପ୍ରତ୍ୟାବର୍ତ୍ତନ ଦେଖା ନ ଯାଏ ତେବେ ସରକାର ବିତ୍ତୀୟ ନିଅଣ୍ଟ ​ଆଶଙ୍କା ରହିଛି ବୋଲି ମୁଡ଼ିସ କହିଛି

Comments are closed.