ଗାଜିୟାବାଦରେ ରାସାୟନିକ କଳକାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଗାଜିୟାବାଦ : ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ବୁଲନ୍ଦସହର ରୋଡ ସ୍ଥିତ କବିନଗର ଥାନା ଅନ୍ତର୍ଗତ କଳାକାରଖାନା ଅଞ୍ଚଳରେ ଏକ ରାସାୟନିକ କଳାକାରଖାନାରେ (କେମିକାଲ) ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଖି ପିଛୁଳାକେ ନିଆଁ ଗୋଟିଏରୁ ଅନ୍ୟ ଏକ କାରଖାନାକୁ ବ୍ୟାପି ଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ୧୦ଟି ଦମକଳ ଗାଡିକୁ ନିଆଁ ଆୟତ୍ତ କରିଥିବା ବେଳେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନଇ କୌଣସି ସୂଚନା ମିଳିପାରି ନାହିଁ ।

 

Comments are closed.