www.samajalive.in
Sunday, December 7, 2025
26.1 C
Bhubaneswar

୧୬ରେ ଟିଟିପିଡବ୍ଲ୍ୟଓଡିଏଲ କାର୍ଯ୍ୟାଳୟ ଘେରିବ ବିଜେପି

ସମ୍ବଲପୁର: ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଅନେକ କମ୍ପାନୀ ନିୟୋଜିତ ହେଲେ ମଧ୍ୟ ଯୋଗାଣ, ବିଲିଂ, ପାଉଣା ଆଦାୟ ବ୍ୟବସ୍ଥା ସୁଧରୁ ନାହିଁ। ଏଥି ମଧ୍ୟରେ ବକେୟା ବିଦ୍ୟୁତ ପାଉଣା ଆଦାୟ ନାମରେ ଜନତାଙ୍କୁ ଲୁଣ୍ଠନ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଟିଟିପିଡବ୍ଲ୍ୟଓଡିଏଲର ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତା ୧୬ ତାରିଖରେ ସମ୍ବଲପୁର ବିଜେପି ଟିଟିପିଡବ୍ଲ୍ୟଓଡିଏଲର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିବ ବୋଲି ସୂଚନା ଦେଇଛି। ଏହି ମର୍ମରେ ମଙ୍ଗଳବାର କଚେରୀ ରୋଡ ସ୍ଥିତ ବିଜେପିର କାର୍ଯ୍ୟାଳୟରେ ଜିଲା ସଭାପତି ଗିରିଶ ପଟେଲ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାନଗର ନିଗମ ଅର୍ନ୍ତଗତ ସମସ୍ତ ମଣ୍ଡଳ ସଭାପତି ଓ ଜିଲାସ୍ତରୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ, ବିଜେପିର କାର୍ଯ୍ୟକର୍ତ୍ତା ମାନେ ୧୬ ତାରିଖରେ ଏକ ଶୋଭାଯାତ୍ରାରେ ଅଇଁଠାପାଲି ରୁ ବାହାରି ଟିଟିପିଡବ୍ଲ୍ୟଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଯିବେ। ସେଠାରେ ବିଭାଗୀୟ ଅଧିକାରୀ ଙ୍କୁ ସାକ୍ଷାତକାର କରି ସମସ୍ତ ପ୍ରସଙ୍ଗରେ ଆଲୋଚନା କରି ଦାବୀ ଉପସ୍ଥାପନ କରିବେ। ଆଜିର ବୈଠକରେ ଶମ୍ଭୁ ବରେଲିଆ, ସରୋଜ କୁମାର ଘଡାଇ, ଜୟନ୍ତ ସାହୁ, ଅଶ୍ୱିନୀ ମାଝୀ, ସଞ୍ଜୟ କୁମାର ଷଡଙ୍ଗୀ, ନିଳାମ୍ବର ସିକନ୍ଦର, ସୌମିତ୍ର ଜତି, ଜଗନ୍ନାଥ ଆଚାର୍ଯ୍ୟ, ସନ୍ତୋଷ ସାହୁ, ସନ୍ତୋଷ ଡାଳୁଅ, ସୁଦୀପ ପରିଡ଼ା, ପ୍ରଦୀପ ବେହେରା, ମାନସ ବକ୍ସୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories