ଅଗ୍ନିବିପନ୍ନ ପରିବାରଙ୍କୁ ଗାୟତ୍ରୀ ପରିବାର ସହାୟତା

ରାଜକନିକା: ଗତ ୧ ତାରିଖ ରାତିରେ ରାଜକନିକା ଥାନା ଅଧିନ ବରୁଣାଡିହା ଗ୍ରାମର ଭୟାଭହ ଅଗ୍ନିକାଣ୍ଡ ଘଟି ୯ଟି ପରିବାରର ପ୍ରାୟ ୨୦ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ସମସ୍ତ ପରିବାରର ଧାନ, ଚାଉଳ ସହ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ବସ୍ବ ହରାଇ ୯ଟି ପରିବାର ଖରା ବର୍ଷାରେ ନିଜ ନିଜ ପରିବାରକୁ ନେଇ ଅସହାୟ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି। ଏହି ବିପନ୍ନ ପରିବାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟ ସମିତିର ଜିଲ୍ଲା ସଂଯୋଜକ ମହେଶ୍ୱର ରାଉତ, ସହ-ସଂଯୋଜକ ନାରାୟଣ ପଣ୍ଡା, ଜିଲ୍ଲା ଯୁବା ସଙ୍ଗଠକ ଅମରେନ୍ଦ୍ର ସାମନ୍ତରାୟ ଓ ଶିବପ୍ରସାଦ ରଣାଙ୍କ ସମେତ ରାଜକନିକା ବ୍ଲକ ଗାୟତ୍ରୀ ପରିବାର ସମନ୍ୱୟ ସମିତିର ସଂଯୋଜକ ପ୍ରଦୀପ୍‍ ଦାସ, ସହ-ସଂଯୋଜକ ସଂଜୟ କୁମାର ଦାଶ, ଗୟାଧର ରାଉତ ପ୍ରମୁଖ ବରୁଣାଡିହା ଗ୍ରାମରେ ପହଞ୍ଚି ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ, ସପ, ମସାରୀ, ବେଡସିଟ୍‍ ଇତ୍ୟାଦି ସହିତ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମଶର୍ମା ଆଚାର୍ଯ୍ୟଙ୍କ ସ୍ୱରଚିତ ସତ୍‍ସାହିତ୍ୟ ପ୍ରଦାନ କରି ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

 

Comments are closed.