ଗାୟତ୍ରୀ ପରିବାର ତରଫରୁ ପୁସଂବନ ସଂସ୍କାର କାର୍ଯ୍ୟକ୍ରମ

ଝୁମ୍ପୁରା : ଝୁମ୍ପୁରା ଗାୟତ୍ରୀ ପରିବାର ପକ୍ଷରୁ  ବ୍ଲକର ଧନୁର୍ଜୟପୁର ପଞ୍ଚାୟତ ନାଗରପାଳ ଗ୍ରାମଠାରେ ଗାୟତ୍ରୀ ରୀତିନୀତି ଅନୁସାରେ ଗ୍ରାମରେ ପୁସଂବନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ସୁବଳ ସାହୁ, ସନ୍ତୋଷ ବ୍ରହ୍ମ, ଅଭିମନ୍ୟୁ ମହାନ୍ତ ପ୍ରମୁଖ ଯୋଗଦାନ କରି ଗାୟତ୍ରୀ ପରିବାରରେ ରହିଥିବା ନୀତି ଅନୁସାରେ ପୂଜା କରିବା ସହିତ ଏହି ସଂସ୍କାର କାର୍ଯ୍ୟକ୍ରମ କରିବା ଦ୍ୱାରା କି ଉପକାର ହେବ ସେ ସମ୍ପର୍କରେ ଅବଗତ କରିଥିଲେ। କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ସଦସ୍ୟ-ସଦସ୍ୟା ମାନେ ଗ୍ରାମର ଯେଉଁ ମହିଳା ମାନେ ପୁସଂବନ ସଂସ୍କାରରେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କୁ ଗାୟତ୍ରୀ ପରିବାର ରହିଥିବା ରୀତି ନିତି ସମ୍ପର୍କରେ ଅବଗତ କରିବା ସହିତ ଏହାକୁ କିପରି ପାଳନ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୧୯ ଜଣ ମହିଳା ପୁସଂବନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଝୁମ୍ପୁରା ବ୍ଲକ ୨୨ ଗୋଟି ପଞ୍ଚାୟତର ଗାୟତ୍ରୀ ପରିବାର ଭାଇ-ଭଉଣୀ ମାନେ ଯୋଗଦାନ କରି ପୁସଂବନ ସଂସ୍କାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

Comments are closed.