ବିସିସିଆଇକୁ ଗାଭାସ୍କରଙ୍କ ପ୍ରଶ୍ନ : କୋହଲିଙ୍କୁ ପିତୃତ୍ବ ଛୁଟି; ନଟରାଜନ୍‌ଙ୍କୁ କାହିଁକି ନୁହେଁ?

ମୁମ୍ବଇ : ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ​‌ରେ ଭାରତ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ସିରିଜ୍ ଖେଳୁଥିବା ବେଳେ ଏବଂ ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଭାରତୀୟ ଦଳ ଲାଞ୍ଛିତ ହେଉଥିବା ବେଳେ ପିତୃତ୍ବ ଛୁଟିନେଇ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରି ଆସିଛନ୍ତି। ଏହି ସନ୍ଦର୍ଭରେ ଭିନ୍ନ ଖେଳାଳିଙ୍କ ପାଇଁ ବିସିିସିଆଇର ଭିନ୍ନ ନିୟମ ରହିଛି ବୋଲି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆଇପିଏଲ୍‌ର ଶେଷ ଆଡ଼କୁ ସନ୍‌ରାଇଜର୍ସ ହାଇଦରାବାଦର ବାମହାତି ପେସ୍ ବୋଲର ଟି. ନଟରାଜନ ବାପା ହୋଇଥିଲେ। ହେଲେ ଆଇପିଏଲ୍‌ ପରେ ତାଙ୍କୁ ଭାରତ ଫେରିବାର ଅନୁମତି ନ ଦେଇ ନେଟ୍‌ ବୋଲର ଭାବେ ଅଷ୍ଟ୍ରେଲିଆ ନିଆ ଯାଇଥିଲା।

ଭାରତର ଅଷ୍ଟ୍ରେଲିଆ ଗସ୍ତ ପରେ ଜାନୁୟାରୀ ୩ ସପ୍ତାହରେ ହିଁ ନଟରାଜନ ଭାରତ ଆସି ତାଙ୍କ କନ୍ୟା ସନ୍ତାନକୁ ଦେଖିପାରିବେ। ହେଲେ କୋହଲିଙ୍କ ପରି ବଡ଼ ଖେଳାଳିଙ୍କ ପାଇଁ ବିସିସିଆଇର ପୃଥକ୍ ନିୟମ ରହିଛି। ଏକ ଗୁରୁତ୍ବପୂର୍ଣ୍ଣ ସିରିଜ୍ ମଝିରେ ଦଳର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଓ ଅଧିନାୟକ କୋହଲିଙ୍କୁ ପିତୃତ୍ବ ଛୁଟିରେ ଭାରତ ଆସିବାକୁ ବୋର୍ଡ ଅନୁମତି କିପରି ଦେଇଛି?
ଭାରତୀୟ କ୍ରିକେଟ୍ ଏପରି ଭାବେ ପରିଚାଳିତ ହେଉଛି ବୋଲି ଗାଭାସ୍କର କହିଛନ୍ତି। ଯେକୌଣସି କ୍ରିକେଟରଙ୍କ ପାଇଁ ଜାତୀୟ ଦଳ ପ୍ରାଥମିକତା ହେବା ଉଚିତ। ପୂର୍ବତନ ଭାରତୀୟ ବାମହାତି ସ୍ପିନର ଦିଲୀପ ଦୋଶୀ ମଧ୍ୟ ବିରାଟ କୋହଲି ପିତୃତ୍ବ ଛୁଟିନେଇ ସିରିଜ୍ ମଝିରେ ଭାରତ ଫେରି ଆସିବାକୁ ସମାଲୋଚନା କରିଛନ୍ତି।

Comments are closed.