ଆପର ଅଭିଯୋଗ – ୨ଟି ନିର୍ବାଚନ ମଣ୍ଡଳୀରେ ଭୋଟର ଅଛନ୍ତି ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ଏବଂ ବିଜେପି ପ୍ରାର୍ଥୀ ଗୌତମ ଗଂଭୀର ଦୁଇଟି ନିର୍ବାଚନ ମଣ୍ଡଳୀରେ ନାମ ଥିବା ଭୋଟର ପରିଚୟ ପତ୍ର ରଖିଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି। ଆପର ପୂର୍ବ ଦିଲ୍ଲୀର ପ୍ରାର୍ଥୀ ଅତିଶି ଏହି ଅଭିଯୋଗ କରିଛନ୍ତି। ଗମ୍ଭୀର ତାଙ୍କ ଜ୍ଞାତସାରରେ ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟର ଥିବା ସେ ଅଭିଯୋଗ କରିଛନ୍ତି।

ଏ ଘଟଣା ସମ୍ପର୍କରେ ତଦନ୍ତ ପାଇଁ କାରୋଲ ବାଗ କିମ୍ୱା ରାଜେନ୍ଦର ନଗର ପୁଲିସକୁ ନିର୍ଦ୍ଦେଶ ଦେବାକୁ ଆପ ପ୍ରାର୍ଥୀଙ୍କ ଓକିଲ ମହମ୍ମଦ ଇର୍ସାଦ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ଚୂଡାନ୍ତ ହେବା ପରେ ସେ ଏଭଳି ହୋଇଥିବା ଜାଣିବାକୁ ପାଇଥିବା କହିଛନ୍ତି। ଗମ୍ଭୀରଙ୍କ ନାମ ଦୁଇଟି ନିର୍ବାଚନ ମଣ୍ଡଳୀରେ ଥିବା ନିର୍ବାଚନ କମିଶନଙ୍କ ଜାତୀୟ ଭୋଟର ପୋର୍ଟାଲରୁ ମିଳିଥିବା ସେ କହିଛନ୍ତି। ଅତିଶି ବିଜେପି ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ କହିବା ସହ ଦିନେ ନ ଦିନେ ଦୁଇଟି ଭୋଟର ପରିଚୟ ପତ୍ର ପାଇଁ ଗମ୍ଭୀରଙ୍କୁ ଅଯୋଗ୍ୟ ଘୋଷଣା କରାଯିବ। ଅନ୍ୟ ପକ୍ଷରେ ଗମ୍ଭୀର ମଧ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରେ ପଞ୍ଜିକୃତ ହୋଇଥିବା ବିଷୟ ନିର୍ବାଚନୀ ସତ୍ୟପାଠରେ ଗୁପ୍ତ ରଖିଥିବା ଜଣାପଡିଛି।

Comments are closed.