ବିଗ୍‌ବସ୍‌ ୭ର ବିଜେତା ଗୌହର ଖାନ୍‌ଙ୍କ ନିର୍ବନ୍ଧ

ମୁମ୍ବଇ : ଜଣାଶୁଣା ମଡେଲ୍ ତଥା ବିଗ୍‌ବସ୍‌ ୭ର ବିଜେତା ଗୌହର ଖାନ୍‌ ଗତକାଲି ନିର୍ବନ୍ଧ କରିଛନ୍ତି। ଗୌହର ତାଙ୍କର ପୁରୁଷ ବନ୍ଧୁ ଇସ୍‌ମାଲ ଦରବାରଙ୍କ ପୁଅ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିଛନ୍ତି। ସେମାନେ ଡିସେମ୍ବର ୨୪ରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ଗୌହର ଜୈଦ ଦରବାରଙ୍କ ସହ ସୋସିଆଲ ମିଡ଼ିଆରେ ଅନେକ ଫଟୋ ସେୟାର କରୁଥିଲେ। ସେହିଭଳି ଗୌହର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ନିର୍ବନ୍ଧ ବେଳର ଫଟୋ ସେୟାର କରିଛନ୍ତି।

Comments are closed.