ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଗ୍ୟାସ ଲିକ୍‌ ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ

ଛତ୍ରପୁର: ଛତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ ତାମ୍ପରା ହ୍ରଦ ନିକଟରେ ବୁଧବାର ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍‌ ରୋକିବାକୁ ଉଦ୍ୟମ ଚଳାଇଛନ୍ତି।

ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଏହି ଟ୍ୟାଙ୍କରଟି ଭୁବନେଶ୍ଵର ଅଭିମୁଖେ ଯାଉଥିଲା ବୋଲି ସୂଚନା ମିଳିଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ୟାଙ୍କର ଉପରକୁ ପାଣି ପକାଉଛନ୍ତି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଗ୍ୟାସ୍‌ ଲିକ୍‌ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଇଛି।

Comments are closed.