ଏଲ୍‌ପିଜି ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ଜଳିଗଲା ୫ଟି ଗାଡି, ୩ ଗୁରୁତର

0

ଲକ୍ଷ୍ମୌ . –   ଯମୁନା ଏକ୍ସପ୍ରେସ ହାଇଓ୍ୱେରେ ଦ୍ରୁତ ଗତିରେ ଯାଉଥିବା ଏକ ଏଲ୍‌ପିଜି  ଟ୍ୟାଙ୍କରେ ବିସ୍ଫୋରଣ ଘଟି ନିଆଁ ଲାଗିଛି । ଦ୍ରୁତ ଗତିରେ ଯିବା ସମୟରେ ଏହା ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ସମୟରେ ଘସି ହୋଇଯ।ଇଥିଲା । ଏହାର ଭାଲ୍ଭ୍‌ ଖୋଲିଯିବା ସହ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।  ଏହା ପଛରେ ଆସୁଥିବା ଅନ୍ୟ ଏକ ଟ୍ୟାଙ୍କରରେ ବି ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଲୋକ କପୋଡିଯାଇ ଗୁରୁତର ହୋଇଛନ୍ତି ।

ଏହି ବିସ୍ଫୋରଣ ଏତେ ଭୟାବହ ଥିଲା ପଛକୁ ପଛ ଆସୁଥିବା ପ୍ରାୟ ୫ଟି ଗାଡିରେ ନିଆଁ ଲାଗିଯାଇଥିଲା ।   କେତକ କାରରେ ନିଆଁ ଲାଗିଯିବାରୁ  ଏଥିରେ ଥିବା ୩ ଜଣ ପୋଡି ହୋଇଯାଇଥିଲେ । ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ  ନିଆଁ ବ୍ୟାପିଯାଇଥିଲା । ଏଥିଯୋଗୁଁ ଯମୁନା ଏକ୍ସପ୍ରେସ ହାଇଓ୍ୱେରେ ୫ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଏହି ଘଟଣାପରେ ଦୁଇଟି ଯାକ ଟ୍ୟାଙ୍କରର ଡ୍ରାଇଭର ଫେରାର ହୋଇଯାଇଛନ୍ତି ।

Leave A Reply