ଏକ ଟଙ୍କା ବଢ଼ିଲା ଅଣ ରିଆତି ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ :ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ଅଣରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ଏକ ଟଙ୍କା ବୃଦ୍ଧି ଘଟାଇଛନ୍ତି ଏହାଫଳରେ ରାଜଧାନୀ ନୂଆଦିଲ୍ଲୀରେ ଅଣରିଆତି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ (୧୪.୨ କେଜି) ୫୯୩ ଟଙ୍କାରୁ ୫୯୪ ଟଙ୍କାକୁ ବୃଦ୍ଧି ଘଟିଛି। ବିଭିନ୍ନ ସହରରେ ବିକ୍ରି ଟିକସ ଏବଂ ଭାଟ୍‌ ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଥିବା ଦୃଷ୍ଟିରୁ ମେଟ୍ରୋ ସହରଗୁଡିକରେ ଏହା ସିଲିଣ୍ଡର ପିଛା ୪ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । କଲକାତାରେ ଏହା ସିଲିଣ୍ଡର ପିଛା ୪ ଟଙ୍କା ୫୦ ପଇସା, ମୁମ୍ବଇରେ ୩ ଟଙ୍କା ୫୦ ପଇସା ଏବଂ ଚେନ୍ନଇରେ ୪ ଟଙ୍କା ବଢ଼ିଛି

Comments are closed.