ଗ୍ୟାସ ଭିତ୍ତିଭୂମି ବିକାଶ ନେଇ ଆମେରିକୀୟ କମ୍ପାନୀଗୁଡିକୁ ଆମନ୍ତ୍ରଣ

ଦେଶରେ ଗ୍ୟାସ ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଗୁଡିକୁ ଆଗେଇ ଆସିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମନ୍ତ୍ରଣ କରିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗତ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସାମରିକ ଶକ୍ତି ଉପରେ ଉଭୟ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସାମରିକ ଭାଗିଦାରୀରେ ଶକ୍ତି ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି ବୋଲି ଆମେରିକା ରାଷ୍ଟ୍ରଦୂତ କହିଛନ୍ତି।

ପ୍ରାକୃତିକ ଗ୍ୟାସ କ୍ଷେତ୍ରକୁ କିଭଳି ଅଧିକ ମଜବୁତ୍ କରାଯାଇ ପାରିବ ସେ ଦିଗରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ବ୍ୟତିତ ଚଳିତ ବର୍ଷ ଜୁନରେ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନ ଉପରେ ଉଭୟ ସମୀକ୍ଷା କରିଥିଲେ।

Comments are closed.