ମହଙ୍ଗା ହେଲା ରନ୍ଧନ ଗ୍ୟାସ, ଖାଉଟିଙ୍କ ଉପରେ ବଡ଼ ବୋଝ

ନୂଆଦିଲ୍ଲୀ: ପୁଣି ଥରେ ମହଙ୍ଗା ହୋଇଛି ରନ୍ଧନ ଗ୍ୟାସ। ତୈଳ କମ୍ପାନୀଗୁଡ଼ିକ ଏକାଥରେ ଅଣସବ୍‌ସିଡୀ ଗ୍ୟାସ ସିଲିଣ୍ଡର ପିଛା ୧୪୪ ଟଙ୍କାରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଛି। ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ରନ୍ଧନ ଗ୍ୟାସ୍‌ର ନୂଆ ଦର ୧୪୪.୫ ଟଙ୍କା ବଢ଼ି ୮୫୮.୫ ଟଙ୍କାରେ ପହଞ୍ଚିଛି। ସେହିପରି କଲକାତାରେ ଏହା ୧୪୯ ଟଙ୍କା ବୃଦ୍ଧି ପାଇ ୮୯୬ ଟଙ୍କା ହୋଇଛି। ଚେନ୍ନାଇରେ ୧୪୭ ଟଙ୍କା ବୃଦ୍ଧି ପାଇଛି। ଏଠାରେ ନୂଆ ଦର ୮୮୧ ଟଙ୍କାରେ ପହଞ୍ଚିଛି। ସୂଚନାଯୋଗ୍ୟ, ଗତ ଜାନୁୟାରୀ ପହିଲାରେ ଅଣ ସବ୍‌ସିଡୀ ଗ୍ୟାସ ଦର ୧୯ ଟଙ୍କା ବୃଦ୍ଧି ପାଇଥିଲା।

Comments are closed.