ଦିଲ୍ଲୀବାସୀଙ୍କୁ ଝଟ୍କା; ୨୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଆଉ ଏକ ଝଟ୍କା ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ପୁଣି ଥରେ ସବ୍ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିଛି। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଫଳରେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭୧୪ ଟଙ୍କାରୁ ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି।
ରୋଷେଇ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ୍ କରି ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ଗତ ଫେବୃୟାରୀ ୨୫ରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା। ଅନ୍ୟପଟେ କଲକାତାରେ ବି ସବ୍ସିଡିଯୁକ୍ତ ଏବଂ କମର୍ସିଆଲ ଉଭୟ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ସବ୍ସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବଢ଼ି ଏବେ ୮୪୫.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କମର୍ସିଆଲ ସିଲିଣ୍ଡର ଦରରେ ୧୯ ଟଙ୍କା ବୃଦ୍ଧି ଘଟିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ ରୋଷେଇ ଗ୍ୟାସ ଦର ୨୨୫ ଟଙ୍କା ମହଙ୍ଗା ହୋଇଛି।