ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ୧୦୨ ଟଙ୍କା କମିଲା

ନୂଆଦିଲ୍ଲୀ: ନୂଆବର୍ଷରେ ବ୍ୟାବସାୟିକ ଉପଭୋକ୍ତାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଷ୍ଟ୍ରୀୟ ତୈଳ ବିପଣନକାରୀ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ଓଜନର ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ଫଳରେ ସଂପ୍ରତି ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୯୯୮ ଟଙ୍କା ହୋଇଛି। ଏହା ହୋଟେଲ ଏବଂ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ତଥା ଚା ଦୋକାନୀଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି। ୨୦୨୧ ଡିସେମ୍ବର ୧ରେ ୧୯ କେଜି ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ଏହାଦ୍ୱାରା ଦିଲ୍ଲୀରେ ଏହାର ମୂଲ୍ୟ ୨୧୦୧ ଟଙ୍କାରେ ପହଞ୍ଚିଥିଲା। ଏହା ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦ୍ୱିତୀୟ ସର୍ବାଧିକ ମୂଲ୍ୟ ଥିଲା। କାରଣ ୨୦୧୨-୧୩ରେ ଏହା ୨୨୦୦ ଟଙ୍କାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଥିଲା। ତେବେ ଘରୋଇ ସ୍ତରରେ ବ୍ୟବହାର କରାଯାଉଥିବା ୧୪.୨ କେଜି, ୫ କେଜି ଏବଂ ୧୦ କେଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ କରାଯାଇନାହିଁ। ଏହାପୂର୍ବରୁ ୨୦୨୧ ନଭେମ୍ବର ୧ରେ ବ୍ୟବସାୟିକ ସିଲିଣ୍ଡର ପିଛା ମୂଲ୍ୟ ୨୬୬ ଟଙ୍କା ହ୍ରାସ ପାଇଥିଲା।

Comments are closed.