ଗ୍ୟାସ ସିଲିଣ୍ଡର ଫାଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଯାଜପୁର : ଯାଜପୁର ଜିଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ରାହସ ଗୁହାଳି ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ସୂଚନା ଅନୁଯାୟୀ, ଗୁହାଳି ଗ୍ରାମର ବିଜୟ ମଲ୍ଲିକଙ୍କ ଘରେ ଗୁରୁବାର ଅପରାହ୍ନରେ ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। ଫଳରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Comments are closed.