କମିଲା ସିଲିଣ୍ଡର ଦର, ଅଣ ରିଆତି ଟାଙ୍କି ଉପରେ ବଡ଼ ହ୍ରାସ

ଭୁବନେଶ୍ଵର (ବ୍ୟୁରୋ) ସିଲିଣ୍ଡର ପିଛା ବୃହତ ପରିମାଣର ଦର ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏହି ହ୍ରାସ ଅଣସବସିଡ଼ି ଟାଙ୍କି ଉପରେ ହୋଇଛି। କେନ୍ଦ୍ର ସରକାର ୧୪. ୨ କିଲୋ ବିଶିଷ୍ଟ ଅଣସବସିଡ଼ି ଗ୍ୟାସ ଟାଙ୍କି ଉପରେ ୧୬୨ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି। ଏହି ଦର ହ୍ରାସ ହେବା ପରେ ୫୮୧. ୫୦ ଟଙ୍କାରେ ଉପଲବ୍ଧ ହୋଇ ପାରିବ । ସେହିପରି ୧୯ କିଲୋଗ୍ରାମ ଟାଙ୍କିରେ ୨୫୬ ଟଙ୍କା ହ୍ରାସ ହୋଇଛି। ଏହି ଦର ହ୍ରାସ ପରେ ୧୯ କିଲୋ ବିଶିଷ୍ଟ ଟାଙ୍କି ୧୦୨୯ ଟଙ୍କା ୫୦ ଟଙ୍କାରେ ପହଞ୍ଚିଛି ।

Comments are closed.