ଅନେକ ରୋଗର ମହୌଷଧୀ ରସୁଣ

0

ପ୍ରତିଦିନ ଘରେ ରସୁଣର ବ୍ୟବହାର ନିଶ୍ଚିତ ଭାବେ ହୋଇଥାଏ । ମସଲାରେ ଏହା ବ୍ୟବହୃତ ନ ହେଲେ ମସଲା ପ୍ରସ୍ତୁତ ହୋଇପାରେ ନାହିଁ । ସେହିପରି ରସୁଣର ଆଉ ମଧ୍ୟ ଏପରି ଗୁଣ ଅଛି ତାହା ସମସ୍ତେ ହୁଏତ ଜାଣି ନ ଥିବେ ।
ରସୁଣରେ ପୋଟାସିୟମ , କପର , ଫସଫରସ , କ୍ୟାଲସିୟମ ଆଦି ରହିଛି ।
ଏହା କୋଲେଷ୍ଟଲ କମାଇଥାଏ । ରକ୍ତ ସଞ୍ଚାଳନରେ ସାହାର୍ଯ୍ୟ କରିଥାଏ ।
ଋକ୍ତ ଚାପ କମାଇଥାଏ ।
ଶରୀର ମଧ୍ୟରେ ହେଉଥିବା ସମସ୍ତ ପ୍ରକାର ସଂକ୍ରମିତ ରୋଗ , ଜୀବାଣୁକୁ କମ୍‌ କରିଥାଏ ।
ଶରୀରକୁ ପୋଷକ ଯୋଗାଇ ଥାଏ ।
ହାଡ଼କୁ ଶକ୍ତ କରିବାରେ ସାହାଯ୍ୟ କରେ ।
ହାଡ଼ରେ ଜନିତ ରୋଗକୁ ଭଲ କରିବାରେ ସାହାଯ୍ୟ କରେ ।
ଏହା ମାଇଗ୍ରେନ (ଅର୍ଦ୍ଧ କପାଳି )ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ଏହାକୁ ନିୟମିତ ଖାଇବା ଦ୍ୱାରା ଘୁଙ୍ଗୁଡ଼ି ମାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ଦାନ୍ତ ବିନ୍ଧିବା ସମୟରେ ଏହାକୁ ବିନ୍ଧୁଥିବା ଦାନ୍ତରେ ରଖି ଅଳ୍ପ ଚୋବାଇଲେ ଏହା ଦାନ୍ତ ବିନ୍ଧା ଦୂର କରିଥାଏ ।
ଥଣ୍ଡା , ଜ୍ୱର , କାଶ, ଆଜମା , ଭଳି ରୋଗକୁ ମଧ୍ୟ ଏହା କମାଇବାରେ ସାହାର୍ଯ୍ୟ କରେ ।
କେଶ ବଢିବାରେ ଓ ଉପୁଡ଼ିବା କମାଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।

Leave A Reply